ଚାଷୀଙ୍କୁ ସ୍ୱାବଲମ୍ବୀ କରିଛି କ୍ଷେତ ପୋଖରୀ

author img

By

Published : Sep 19, 2021, 10:28 AM IST

କ୍ଷେତ ପୋଖରୀ ଚାଷୀଙ୍କୁ କରିଛି ସ୍ୱାବଲମ୍ବୀ

ବର୍ଷାର ଅଭାବ ସତ୍ବେବି ସରକାରଙ୍କ କ୍ଷେତ ପୋଖରୀ ଯୋଜନା ମାଧ୍ୟମରେ ପ୍ରାୟ ୫୦ ଏକର ଚାଷ ଜମିରେ ପାଣି ଯୋଗାଇ ଚାଷ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଭବାନୀପାଟଣା: ପ୍ରତ୍ୟେକ ବର୍ଷ ଖରିପ ଚାଷ ସମୟରେ ବର୍ଷାର ଘୋର ଅଭାବ ଦେଖାଦେଇଥାଏ । ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ଚାଷ କରିଥିବା ଚାଷୀର ଚିନ୍ତା ବଢେ । ହେଲେ ଜଳ ଅଭାବ ସତ୍ବେ ମଧ୍ୟ କଳାହାଣ୍ଡି ଜିଲ୍ଲାର ଡୁମରିଆ ପଞ୍ଚାୟତର ୨୨ ଜଣ ଚାଷୀ ଏବେ ନିଜ ଅମଳ ଚାଷକୁ ନେଇ ବେସ ଖୁସି ଅଛନ୍ତି । ପ୍ରାୟ ୫୦ ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି ଧାନ କେଣ୍ଡା। ଏହି ସ୍ବପ୍ନ କେବଳ ସାକାର ହୋଇପାରିଛି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ପାଇଁ ।

କ୍ଷେତ ପୋଖରୀ ଚାଷୀଙ୍କୁ କରିଛି ସ୍ୱାବଲମ୍ବୀ

ସରକାରଙ୍କ କ୍ଷେତ ପୋଖରୀ ଯୋଜନା ମାଧ୍ୟମରେ ପ୍ରାୟ ୩୦୦ ଶହ ରୁ ଉର୍ଦ୍ଧ୍ବ ଜବ କାର୍ଡ ହିତାଧିକାରୀଙ୍କୁ ମନରେଗା ଯୋଜନା ମାଧ୍ୟମରେ ସାମିଲ କରି ଖୋଳା ହୋଇଛି କ୍ଷେତ ପୋଖରୀ । ଆଉ ଏହି ପୋଖରୀରେ ବର୍ଷା ପାଣିକୁ ସଞ୍ଚୟ କରି ନିଜ ଚାଷ ଜମିରେ ପାଣି ମଢ଼ାଉଛି ଚାଷୀ । ଫଳରେ ମରୁଡି ସମୟରେ ପାଣି ଅଭାବର ଡ଼ର ଦୂର ହୋଇଛି । ମନରେଗା ଯୋଜନାରେ ସାମିଲ ହୋଇ ଅଞ୍ଚଳବାସୀ ସ୍ଵାବଲମ୍ବୀ ହେବା ସହ ମାଛ ଓ ପନିପରିବା ଚାଷ ମାଧ୍ୟମରେ ଦୁଇ ପଇସା ରୋଜଗାର କରି ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.