ETV Bharat / state

ଫୁଲବାଣୀରୁ ୧୭ଲକ୍ଷ ନେଇ ଚମ୍ପଟ ମାରିଥିବା 6 ଲୁଟେରା ଗିରଫ

author img

By

Published : Apr 5, 2023, 7:10 PM IST

ପୋଲିସ ହାବୁଡରେ ଡକାୟତି ଗ୍ୟାଙ୍ଗ୍‌
ପୋଲିସ ହାବୁଡରେ ଡକାୟତି ଗ୍ୟାଙ୍ଗ୍‌

ପୋଲିସ ହାବୁଡରେ ଡକାୟତି ଗ୍ୟାଙ୍ଗ୍‌ । ଫୁଲବାଣୀରୁ ଡକାୟତି କରି ଫେରାର ମାରୁଥିବା ୬ ଜଣ ଡକାୟତ ଦଳକୁ କେସିଙ୍ଗାରେ ଗିରଫ କଲା ପୋଲିସ। ୧୭ଲକ୍ଷ ୫୦ ହଜାର ଟଙ୍କା ଧରି ଚମ୍ପଟ ମାରୁଥିବା ବେଳେ ଧରିଲା କେସିଙ୍ଗା ପୋଲିସ। ଅଧିକ ପଢ଼ନ୍ତୁ

17 ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିବା ଲୁଟେରା ଗ୍ୟାଙ୍ଗ୍କୁ ଧରିଲା ପୋଲିସ

ଭବାନୀପାଟଣା: ପୋଲିସ ହାବୁଡରେ ଧରା ପଡିଲେ 17 ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିବା ଡକାୟତି ଗ୍ୟାଙ୍ଗ୍‌। ଫୁଲବାଣୀରୁ ଡକାୟତି କରି ଫେରାର ମାରୁଥିବା ୬ ଜଣ ଡକାୟତ ଦଳକୁ କେସିଗାଁରେ ଗିରଫ କଲା ପୋଲିସ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ପୋଡ଼ଖମ ଗାଁ ନିକଟରେ ଚଢ଼ାଉ କରି ଲୁଟେରାମାନଙ୍କୁ ଧରିଥିବାରେ ସଫଳ ହୋଇଛି । ବାଲିଗୁଡା ଏସଡିପିଓଙ୍କ ସୂଚନା କ୍ରମେ କେସିଗାଁ ଏସଡିପିଓଙ୍କ ନେତୃତ୍ୱରେ ମଦନପୁର ରାମପୁର, କେସିଗାଁ ଓ ପଲମ ଫାଣ୍ଡିକୁ ନେଇ ୪ଟି ଟିମ ଗଠନ କରାଯାଇଥିଲା । ଲୁଟେରା ଚମ୍ପଟ ମାରୁଥିବା ଖବର ପାଇ ପିଛା କରି ଉପରୋକ୍ତ ସ୍ଥାନରେ ଏମାନଙ୍କୁ କାବୁ କରିଥିଲେ ।

ଅଧିକ ପଢ଼ନ୍ତୁ: ବିଜେଡି ଦଖଲରେ ହିନ୍ଦୋଳ ଓ ଅତାବିରା ଏନଏସି, 2024 ଲାଗି ସ୍ପଷ୍ଟ ସଂକେତ କହିଲେ ମାନସ ମଙ୍ଗରାଜ

ତେବେ ସମସ୍ତ ଲୁଟେରା ଆସ୍କା ଅଞ୍ଚଳର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଏମାନେ କେସିଗାଁ ଯାଇ ସେଠାରୁ ଟ୍ରେନ୍‌ ଯୋଗେ ରାଜ୍ୟ ବାହାରକୁ ଫେରାର ମାରିବାର ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଛି । ସେପଟେ କେସିଗାଁରେ ବାଲିଗୁଡା ଏସଡିପିଓ ଏବଂ ଫୁଲବାଣୀ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାଟି ଫୁଲବାଣୀରେ ହୋଇଥିବାରୁ ଫୁଲବାଣୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଫୁଲବାଣୀ ପୋଲିସ ଗିରଫ ଡକାୟତମାନଙ୍କୁ ଫୁଲବାଣୀ ନେବା ସହ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଆଛନ୍ତି ଏହାକୁ ନେଇ ଖୋଳତାଡ ଆରମ୍ଭ କରିଛି ।

ପୋଲିସ ଦେଇଥିବା ସୁଚନା ଅନୁଯାୟୀ, ଗତ 3 ତାରିଖରେ ଦିନ ଦ୍ବିପ୍ରହରେ ଫୁଲବାଣୀ ସହରର ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରି ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଲେ ଲୁଟେରା । ମୁଖ୍ୟ ଵଜାରର ଅଶ୍ବିନୀ ପାତ୍ର ନାମକ ବ୍ୟାବସାୟୀ ଆଜି ସକାଳେ ନିଜ ଦୋକାନ କର୍ମଚାରୀ ରମେଶ ପ୍ରଧାନଙ୍କୁ ସାଙ୍ଗରେ ନେଇ ସ୍କୁଟିରେ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ବାହାରିଥିଲେ । ଏକ କଳା ପଲସରରେ ଦୁଇ ଜଣ ଦୁର୍ବୁତ୍ତ ଆସି ଟଙ୍କା ଭର୍ତ୍ତି ବ୍ୟାଗ କୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ପରେ ଏନେଇ ଅଶ୍ବନୀ ପାତ୍ର ତୁରନ୍ତ ଫୁଲବାଣୀ ପୋଲିସର ଦ୍ୱରାସ୍ତ ହୋଇଥିଲେ । ପୋଲିସ ମଧ୍ୟ ଅଭିଯୋଗକୁ ଗୁରୁତର ସହ ନେଇ କଳାହାଣ୍ଡି ପୋଲିସକୁ ସୂଚନା ଦେଇଥିଲା । ଲୁଟ ହୋଇଥିବା ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ପରେ କଳାହାଣ୍ଡି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଇଟିଭି ଭାରତ, ଭବାନୀପାଟଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.