ETV Bharat / state

ଇଡକୋ ଜମି ଅଧିଗ୍ରହଣକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ, ଦେଲେ ଆନ୍ଦୋଳନ ଚେତାବନୀ

author img

By

Published : Feb 16, 2023, 8:44 AM IST

କଳାହାଣ୍ଡିରେ ଇଡକୋ ଜମି ଅଧିଗ୍ରହଣକୁ ବିରୋଧ
କଳାହାଣ୍ଡିରେ ଇଡକୋ ଜମି ଅଧିଗ୍ରହଣକୁ ବିରୋଧ

ଶିଳ୍ପ ପ୍ରତିଷ୍ଠା ପାଇଁ ଇଡକୋର ଜମି ଅଧିଗ୍ରହଣକୁ ବିରୋଧ । ଅନ୍ୟତ୍ର ଜମି ପ୍ରଦାନ ଓ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

କଳାହାଣ୍ଡିରେ ଇଡକୋ ଜମି ଅଧିଗ୍ରହଣକୁ ବିରୋଧ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଳଜାରିଙ୍ଗ ଠାରେ ଥିବା ୧୬୦ ଏକର ଜମିରେ ଦୁଇଟି ପଞ୍ଚାୟତବାସୀ ସରକାରଙ୍କୁ ଖଜଣା ପାଉତି ବାନ୍ଧି ପତରା ଜମିରେ ଚାଷ କରି ଆସୁଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଏହି ପରିବାରଙ୍କ ପେଟରେ ଲାତ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ଜମିରେ କାରଖାନା ବସାଇବା ପାଇଁ ସରକାର ଇଡକୋ କମ୍ପାନୀକୁ ଜମି ହସ୍ତାନ୍ତର କରିଥିବାବେଳେ ବର୍ଷ ବର୍ଷ ଧରି ସରକାରଙ୍କୁ ଖଜଣା ବାନ୍ଧି ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଦୁଇଟି ପଞ୍ଚାୟତର ଲୋକେ ଏବେ କେମିତି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଏହାକୁ ନେଇ ଏହି ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ତଳଜାରିଙ୍ଗଠାରେ ସରକାର ୩ଟି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଇଡ଼କୋ କମ୍ପାନୀକୁ ୧୬୦ ଏକର ଜମି ହସ୍ତାନ୍ତର କରିଛନ୍ତି । ଏଠାରେ ୧୫ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ୩ଟି ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ଜଣାପଡିଛି । ସେଥିମଧ୍ୟରୁ ଇଡକୋ ପ୍ରଥମ ପର୍ଯ୍ୟାୟରେ ଇଥାନଲ୍ ପ୍ଲାଣ୍ଟ ନିର୍ମାଣ ପାଇଁ ୩୮ ଏକର ଜମି ଦିଆଯାଇଛି । ବର୍ତ୍ତମାନ ସେହି କମ୍ପାନୀ ଆସନ୍ତା କିଛି ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

ତଳଜାରିଙ୍ଗ ଠାରେ ଥିବା ଏହି ପତରା ଜମିରେ ନାନ୍ଦୋଳ ପଞ୍ଚାୟତର ବାଦଲଦେଇ, ଲବଣିପୁର, ନାନ୍ଦୋଳ ଓ ତଳଜାରିଙ୍ଗ ପଞ୍ଚାୟତର ୮୦ଟି ପରିବାର ୫୦ ବର୍ଷରୁ ଅଧିକ ହେବ ଏହି ଜମିକୁ ଦଖଲ କରି ବିଭିନ୍ନ କିସମର ଧାନ, କପା, ମାଣ୍ଡିଆ, ବିରି, ମୁଗ ଭଳି ଅନେକ ଚାଷ କରି ଆସୁଥିଲେ । ଏହି ଜବର ଦଖଲକାରୀମାନେ ସରକାରଙ୍କୁ ଖଜଣା ପାଉତି ବାନ୍ଧି ଆସୁଥିଲେ ।

ଯେଉଁମାନେ ବି ଏହି ଜମିରେ ଚାଷ କରି ଆସୁଥିଲେ ସେମାନେ ସମସ୍ତେ ଭୂମିହୀନ ଅଟନ୍ତି । ଶିଳ୍ପ ପ୍ରତିଷ୍ଠାନ ବସିବା ପୂର୍ବରୁ ଅଞ୍ଚଳର ଲୋକଙ୍କୁ ନେଇ ଗ୍ରାମସଭା କରିବା କଥା କିନ୍ତୁ ଇଡ଼କୋ ଏକ ଛତ୍ରବାଦ ଭାବେ ଲୋକଙ୍କ ଫସଲକୁ ନଷ୍ଟ କରି କମ୍ପାନୀ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିଥିବା ନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।

ଯାହାଫଳରେ ବର୍ତ୍ତମାନ ୮୦ ପରିବାର ଜମିହରା ହେଉଥିବାବେଳେ ପ୍ରଥମେ ପ୍ରଭାବିତ ପରିବାରଙ୍କୁ ଅନ୍ୟତ୍ର ଜମି ପ୍ରଦାନ କରାଯାଉ ନଚେତ ପରିବାର ଭବିଷ୍ୟତ ପାଇଁ କ୍ଷତିପୂରଣ ଦିଆଯାଉ ବୋଲି ଦାବି ନେଇ ବୁଧବାର ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ଦୁଇଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ହିତାଧିକାରୀଙ୍କ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.