ETV Bharat / state

ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ଡ୍ରାଇଭର ମହାସଂଘର ବିକ୍ଷୋଭ

author img

By

Published : Apr 12, 2022, 4:01 PM IST

ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ଡ୍ରାଇଭର ମହାସଂଘର ବିକ୍ଷୋଭ
ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ଡ୍ରାଇଭର ମହାସଂଘର ବିକ୍ଷୋଭ

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦାବି ନେଇ ବିକ୍ଷୋଭ କରିଛି ଡ୍ରାଇଭର ମହାସଂଘ । ଅଧିକ ପଢନ୍ତୁ

ଭବାନୀପାଟଣା: ଜିଲ୍ଲାରେ ହଜାର ହଜାର ଡ୍ରାଇଭର କର୍ମଚାରୀ ରହିଥିବାବେଳେ ସେମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି । ତେବେ ଗତ କିଛିଦିନ ପୂର୍ବରୁ ଡ୍ରାଇଭରଙ୍କ ବିଭିନ୍ନ ଦାବି ଉପରେ ସରକାର ନିଷ୍ପତ୍ତି ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏହାକୁ ନେଇ ଆଜି(ମଙ୍ଗଳବାର) ଜିଲ୍ଲାର ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ଡ୍ରାଇଭର ମହାସଂଘର ବିକ୍ଷୋଭ

ସମାଜରେ ଡ୍ରାଇଭରଙ୍କ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ସରକାର ସେମାନଙ୍କ କୌଣସି ସମସ୍ୟାର ସମାଧାନ କରିପାରୁ ନାହାଁନ୍ତି । ଏ ନେଇ ଜିଲ୍ଲାରେ ପ୍ରତିବାଦ କରିଛି ଡ୍ରାଇଭର ମହାସଂଘ । ମା' ମାଣିକେଶ୍ବରୀ ମଣ୍ଡିରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସଭାର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି ।

ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୧୨ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଯଥାଶୀଘ୍ର ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ 'ଷ୍ଟେରିଙ୍ଗ ଛାଡ଼' ଆନ୍ଦୋଳନ ସହ ରାଜ ରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.