ETV Bharat / state

ଆଦିବାସୀ ଅଞ୍ଚଳରେ ଗାଡି ଉପରେ ସ୍କୁଲର ଶୁଭାରମ୍ଭ କଲେ ଜିଲ୍ଲାପାଳ

author img

By

Published : Nov 15, 2021, 3:04 PM IST

ଆଦିବାସୀ ଅଞ୍ଚଳରେ ଗାଡି ଉପରେ ସ୍କୁଲର ଶୁଭାରମ୍ଭ କଲେ ଜିଲ୍ଲାପାଳ
ଆଦିବାସୀ ଅଞ୍ଚଳରେ ଗାଡି ଉପରେ ସ୍କୁଲର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଆଦିବାସୀ ଅଞ୍ଚଳର ଶିଶୁମାନଙ୍କୁ ସ୍କୁଲ ସହ ଯୋଡିବା ପାଇଁ ଗାଡି ଉପରେ ସ୍କୁଲର ଶୁଭାରମ୍ଭ କଲେ କଳାହାଣ୍ଡି ଜିଲ୍ଲାପାଳ । ତେବେ ୬୦ ଦିନ ଧରି ଦୁର୍ଗମ ଗାଁମାନଙ୍କରେ ବୁଲି ବୁଲି ଖେଳ, ଚିତ୍ରାଙ୍କନ, ଗଳ୍ପକଥନକୁ ନେଇ ଭିଡ଼ିଓ ପ୍ରଦର୍ଶନ ମାଧ୍ୟମରେ ଶିଶୁ ଓ ଅଭିଭାବକମାନଙ୍କୁ ସଚେତନ କରାଯିବ । ଅଧିକ ପଢନ୍ତୁ

ଭବାନୀପାଟଣା: ଆଦିବାସୀ ଅଞ୍ଚଳର ଶିଶୁମାନଙ୍କୁ ସ୍କୁଲ ସହ ଯୋଡିବା ପାଇଁ ଗାଡି ଉପରେ ସ୍କୁଲର ଶୁଭାରମ୍ଭ କଲେ କଳାହାଣ୍ଡି ଜିଲ୍ଲାପାଳ। କୋରୋନା ମହାମାରୀ ସମୟରେ ଗତ ବର୍ଷ ହେବ ପ୍ରାଥମିକ ବିଦ୍ୟାଳୟଗୁଡିକ ବନ୍ଦ ଥିବାରୁ ଆଦିବାସୀ ବହୁଳ ଅଞ୍ଚଳର ଶିଶୁ, ପ୍ରାଥମିକ ଶିକ୍ଷା ଠାରୁ ଦୂରରେ ରହିଛନ୍ତି । ତେବେ ଆଗାମୀ ସମୟରେ ସରକାର ସ୍କୁଲ ଖୋଲିବାକୁ ଯୋଜନା କରିଥିଲେ ମଧ୍ୟ ଏବେ ସୁଦ୍ଧା ପ୍ରାଥମିକ ବିଦ୍ୟାଳୟ ପ୍ରତି ଶିଶୁମାନଙ୍କ ମନରେ ଆଗ୍ରହ ନଥିବା ଦେଖିବାକୁ ମିଳିଛି । ଏନେଇ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ବ୍ଲକର ୧୦ଟି ପଞ୍ଚାୟତର ଦୁର୍ଗମ ଗାଁଗୁଡିକରେ ଗାଡି ଉପରେ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଆଦିବାସୀ ଅଞ୍ଚଳରେ ଗାଡି ଉପରେ ସ୍କୁଲର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଥୁଆମୂଳ ରାମପୁର ବ୍ଲକର ୩୦ଟି ଗାଁ ଓ ଲାଞ୍ଜିଗଡ଼ ବ୍ଲକର ୩୦ଗାଁରେ ଭ୍ରାମ୍ୟମାଣ ସ୍କୁଲର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ଆଦିବାସୀ ଉନ୍ନୟନ ବିଭାଗ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ୬୦ ଦିନ ଧରି ଦୁର୍ଗମ ଗାଁମାନଙ୍କରେ ବୁଲି ବୁଲି ଖେଳ, ଚିତ୍ରାଙ୍କନ, ଗଳ୍ପକଥନକୁ ନେଇ ଭିଡ଼ିଓ ପ୍ରଦର୍ଶନ ମାଧ୍ୟମରେ ଶିଶୁ ଓ ଅଭିଭାବକଙ୍କୁ ସଚେତନ କରାଯିବ। ଏହି କାର୍ଯ୍ୟକ୍ରମକୁ ଆଜି(ସୋମବାର) ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.