ETV Bharat / state

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିଜେଡିର ପ୍ରତିବାଦ

author img

By

Published : Nov 1, 2022, 7:56 AM IST

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିଜେଡିର ପ୍ରତିବାଦ
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିଜେଡିର ପ୍ରତିବାଦ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀହ୍କୁ ମିଳୁନି ଟଙ୍କା । କଳାହାଣ୍ଡିରେ ପ୍ରତିବାଦ କଲା ବିଜେଡି । ଅଧିକ ପଢନ୍ତୁ

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ଚାଷୀ, ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଟଙ୍କା ନମିଳିବାରୁ ଏନେଇ ପ୍ରତିବାଦ କରିଛି ବିଜେଡି । ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଟଙ୍କା ପ୍ରଦାନରେ ଅବହେଳା ସହ ସମ୍ପୃକ୍ତ ବୀମା କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଜିଲ୍ଲା ବିଜେଡିର ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା ସମସ୍ତ ବିଜେଡି ବିଧାୟକ, ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିଜେଡିର ପ୍ରତିବାଦ

ଚାଷ ପୂର୍ବରୁ ମରୁଡି ଓ ଚାଷ ନଷ୍ଟ ହେବା ଭୟରେ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ କରିବା ସହ ପ୍ରିମିୟମ ଟଙ୍କା ପୈଠ କରିଥିଲେ । ହେଲେ ଟଙ୍କା ପୈଠର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ମେଚୁରୁଟି ଟଙ୍କା ମିଳି ପାରିନାହିଁ, ଯାହାକୁ ନେଇ ଆଜି ବିଜେଡି ଏହି ପ୍ରତିବାଦ କରିଥିବା କହିଛନ୍ତି ବିଜେଡି ଜିଲ୍ଲା ସଭାପତି । ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ବିଜେଡି ନେତା ।

ଏନେଇ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି, ''କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ତିଆରି କରି ଚାଷୀ ମାନଙ୍କ ବିରୋଧରେଷଡଯନ୍ତ୍ର କରୁଛନ୍ତି, ଏବଂ ଚାଷୀମାନେ ପ୍ରିମିୟମ ବାନ୍ଧିଥିବା ବେଳେ ବୀମା କମ୍ପାନୀ ସେମାନଙ୍କୁ ଠକୁଛନ୍ତି, ଫଳରେ ଚାଷୀ ସେମାନଙ୍କ ଟଙ୍କା ପାଇ ପାରୁନାହାନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ୧୩ ଶହ ୬୦ କୋଟି ଟଙ୍କାରୁ ମାତ୍ର ୯ଶହ ୧୦ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି, ଅନ୍ୟ ଚାଷୀ ମାନେ ଆଜି ପର୍ଯ୍ୟନ୍ତ ହଇରାଣ ହରକତ ହେଉଛନ୍ତି, ସବୁ ଠାରୁ ବଡ କଥା ହେଉଛି, ଆଉ କ୍ରପ କଟିଂ ମାଧ୍ୟମରେ ବୀମା କମ୍ପାନୀମାନେ ତାଙ୍କର ଦେୟ ଦେବେ ନାହିଁ, ଏବେ କେନ୍ଦ୍ର ସରକାର କମ୍ପାନୀକୁ ଆହୁରି ଫାଇଦା କରାଇବା ପାଇଁ ପାଣିପାଗ ଅନୁସାରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏହାଠୁ ବଡ ଷଡଯନ୍ତ୍ର ଚାଷୀଙ୍କ ପାଇଁ କିଛି ହୋଇନପାରେ, ତେଣୁ ତା ବିରୋଧରେ ବିଜୁ ଜନତା ଦଳ ସମଗ୍ର ଜନସାଧାରଣ ଓ ଚାଷୀଙ୍କୁ ସଚେତନ କରିବା ପାଇଁ ବିଜେଡି ଆଜି ଆନ୍ଦୋଳନ କରୁଛି ।''

ଏହା ମଧ୍ୟ ପଢନ୍ତୁ-ବୀମା କମ୍ପାନୀ ଉପରେ ପଡିଛି ୫୦୦ କୋଟି ବୀମା ରାଶି, ରାଜ୍ୟବ୍ୟାପି ବିକ୍ଷୋଭ କଲା ବିଜେଡି

କେବଳ କଳାହାଣ୍ଡିରେ ନୁହେଁ ଆଜି ଭୁବନେଶ୍ବରରେ ମଧ୍ୟ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଥିଲେ ବିଜେଡି କର୍ମୀ । ତେବେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କଳାହାଣ୍ଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.