ETV Bharat / state

କଳାହାଣ୍ଡିରେ ଗର୍ଜିଲା ଅମଲା ସଂଘ, ଗ୍ରେଡ ପେ ବୃଦ୍ଧି ଦାବିରେ ଶୋଭାଯାତ୍ରା

author img

By

Published : Nov 16, 2022, 8:57 PM IST

କଳାହାଣ୍ଡିରେ ଗର୍ଜିଲା ଅମଲା ସଂଘ
କଳାହାଣ୍ଡିରେ ଗର୍ଜିଲା ଅମଲା ସଂଘ

କଳାହାଣ୍ଡିରେ ଗର୍ଜିଲା ଅମଲା ସଂଘ । ଗ୍ରେଡ ପେ ବୃଦ୍ଧି ଦାବିରେ ଶୋଭାଯାତ୍ରା । ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଅମଲା ସଂଘ । ଅଧିକ ପଢ଼ନ୍ତୁ

ଭବାନୀପାଟଣା : କଳାହାଣ୍ଡିରେ ଗର୍ଜିଲା ଅମଲା ସଂଘ । ଗ୍ରେଡ ପେ ବୃଦ୍ଧି ଦାବିରେ ଶୋଭାଯାତ୍ରା । ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଅମଲା ସଂଘ । ସମାନ କାମକୁ ସମାନ ଦରମା ଦାବି ନେଇ ଆଜି କଳାହାଣ୍ଡି ଜିଲ୍ଲା ଅମଲା ସଂଘ ପକ୍ଷରୁ ଶତାଧିକ ଅମଲା ହାତରେ ପ୍ଲାକାର୍ଡ ଧରି ଗ୍ରେଡ ପେ ବୃଦ୍ଧି ଦାବି କରିଥିଲେ । ଭବାନୀପାଟଣା ଠାରେ ଥିବା ଅମଲା ଭବନରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗ୍ରେଡପେ ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିଥିଲେ ଅମଲା ସଂଘର କର୍ମକର୍ତ୍ତା ।

କଳାହାଣ୍ଡିରେ ଗର୍ଜିଲା ଅମଲା ସଂଘ

ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ସେମାନଙ୍କୁ କାର୍ଯ୍ୟ କରିବାକୁ ପଡୁଛି । ଯାହାଫଳରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଅତୀତରୁ ଓଡିଶା ଅମଲା ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଜିଲ୍ଲାୱାରୀ ଅମଲା ମାନଙ୍କ ଯୋଗ୍ୟତା ଅନୁଯାୟୀ ଦରମା ୯୩୦୦ ଟଙ୍କା ଓ ଗ୍ରେଡପେ ୪୨୦୦ ଟଙ୍କା ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି ।

ହେଲେ ସରକାରଙ୍କ ବୈମାତୃକ ମନୋଭାବ ଓ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ଦାବି ପୂରଣ ହେଉନାହିଁ । ତେଣୁ ଯଥାଶୀଘ୍ର ରାଜ୍ୟସରକାର ଦାବି ପୂରଣ ନକଲେ ଆସନ୍ତା ୨୭ ତାରିଖରେ ରାଜ୍ୟସ୍ତରରେ ୩୦ହଜାର ଅମଲା ଭୁବନେଶ୍ୱରରେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦୋଳନ କରିବେ(amala union will rally in Bhubaneswar on 27th november)।

ଏ ସମ୍ପର୍କରେ କଳାହାଣ୍ଡି ଅମଲା ସଂଘର ମୁଖ୍ୟ ଉପଦେଷ୍ଟା ରୂପ କେଶରୀ ଦଳେଇ କହିଛନ୍ତି, ''ଯେଉଁ ଗ୍ରେଡ ପେ ବୃଦ୍ଧି ଦାବି ନାରାରେ ପ୍ରକମ୍ପିତ ହେଉଛି ଓଡ଼ିଶା ତାହା ଅତ୍ୟନ୍ତ ଲଜ୍ୟାଜନକ ବିଷୟ । କେବେଳ କଳାହାଣ୍ଡିରେ ନୁହେଁ ସାରା ରାଜ୍ୟରେ ଚାଲିଛି ଅମଲା ସଂଘର ଆନ୍ଦୋଳନ (Odisha amala union)। ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଅମଲା ସଂଘ । ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିବା ଓଡିଶା ଅମଲା ସଂଘର ଦାବିକୁ ରାଜ୍ୟସରକାର ଗୁରୁତ୍ୱ ଦେଉନାହାନ୍ତି । ତେଣୁ ସମାନ କାମକୁ ସମାନ ଦରମା ଦିଆଯାଉ। ଯଦି ସରକାର ଆମ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ କରାଯିବ।''

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.