ETV Bharat / state

ଜନ୍ମାଷ୍ଟମୀକୁ ନେଇ ଚଳଚଞ୍ଚଳ କଳାହାଣ୍ଡି, ମନ୍ଦିରରେ ଭକ୍ତଙ୍କ ଗହଳି

author img

By

Published : Aug 18, 2022, 1:21 PM IST

ଜନ୍ମାଷ୍ଟମୀକୁ ନେଇ ଚଳଚଞ୍ଚଳ କଳାହାଣ୍ଡି, ମନ୍ଦିରରେ ଭକ୍ତଙ୍କ ଗହଳି
ଜନ୍ମାଷ୍ଟମୀକୁ ନେଇ ଚଳଚଞ୍ଚଳ କଳାହାଣ୍ଡି, ମନ୍ଦିରରେ ଭକ୍ତଙ୍କ ଗହଳି

ଆଜି ପବିତ୍ର ଜନ୍ମାଷ୍ଟମୀ । ଭବାନୀପାଟଣା ସହରର ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ସମାଗମ । ଅଧିକ ପଢନ୍ତୁ

ଭାବନୀପାଟଣା: ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ଆଜି ମଧ୍ୟରାତ୍ରରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ଏନେଇ ଉତ୍ସବ ମୁଖର ଗାଁଠୁ ସହର, ଭାବମୟ ହୋଇଛି ପରିବେଶ । ଆଜିର ଦିନରେ ହିନ୍ଦୁ ଧର୍ମାଲମ୍ବୀମାନେ ଉପବାସ କରି ବ୍ରତ ପାଳନ କରନ୍ତି ।

ଜନ୍ମାଷ୍ଟମୀକୁ ନେଇ ଚଳଚଞ୍ଚଳ କଳାହାଣ୍ଡି, ମନ୍ଦିରରେ ଭକ୍ତଙ୍କ ଗହଳି

ଜନ୍ମାଷ୍ଟମୀ ଅବସରରେ କଳାହାଣ୍ଡି ଜିଲ୍ଲାର ମନ୍ଦିର ଗୁଡିକରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିଥିବାବେଳେ ଭବାନୀପାଟଣା ସହରର ରାଧାକୃଷ୍ଣ ମନ୍ଦିର, ମଦନମୋହନ ମନ୍ଦିର, ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ରାତ୍ରି ସମୟରେ ମନ୍ଦିର ଗୁଡିକରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଷ୍ଟମୀ ନୀତି ଅନୁଷ୍ଠିତ ହେବ । ସେହିପରି ଆଜି ଜିଲ୍ଲାର ବିଭିନ୍ନ ସ୍କୁଲ ଗୁଡିକରେ କୁନି କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣଙ୍କ ବେଶରେ ସଜେଇ ହୋଇ ଶ୍ରୀ କୃଷ୍ଣଙ୍କ ବାଲ୍ୟ ଲୀଳା ପରିବେଷଣ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.