ETV Bharat / state

ପୋଲିସ ପଞ୍ଝାରେ ବାଇକ ଚୋର ରାକେଟ

author img

By

Published : Aug 26, 2020, 10:29 AM IST

bhawanipatna
ବାଇକ ଚୋରି ରାକେଟର ପର୍ଦ୍ଦାଫାସ

ଭବାନୀପାଟଣା ଟାଉନ ପୋଲିସ ଏକ ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି। ପୋଲିସର ଏକ ସ୍ବତନ୍ତ୍ର ଟିମ ୭ଟି ବାଇକ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଭବାନୀପାଟଣା: ଧରାପଡିଲା ଏବ ବଡ ଧରଣର ବାଇକ ଚୋରି ରାକେଟ । କଳାହାଣ୍ଡି ଭବାନୀପାଟଣା ଟାଉନ ପୋଲିସ ଏକ ଆନ୍ତଃଜିଲ୍ଲା ବାଇକ ରୋରି ରାକେଟର ପର୍ଦ୍ଦାଫାସ କରିଛି। ପୋଲିସର ଏକ ସ୍ବତନ୍ତ୍ର ଟିମ ୭ଟି ବାଇକ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବାଇକ ଚୋରି ରାକେଟର ପର୍ଦ୍ଦାଫାସ

ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ ସିନାଙ୍ଗ ଗାଁର ବିକି ପାତ୍ର , ଦିତିକୃଷ୍ଣ ନାଗ ,ମହାଗାଁର ଚିନା ହରିଜନ , ମୁଡିଙ୍ଗ ଗାଁର କୂଳମଣି ମାଝୀ , ଭବାନୀପାଟଣା ସହରର ସୁମିତ ନାଏକ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମାରକାନୀ ଗାଁର ଜଗନ୍ନାଥ ନାଏକ ବୋଲି ଜଣାପଡ଼ିଛି।

ସେମାନଙ୍କ ଠାରୁ 7 ଟି ବାଇକ ଜବତ କରାଯାଇଛି । ପଚାରଉଚରା ପରେ ଅଭିଯୁକ୍ତମାନେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବହୁ ବାଇକ ଚୋରି ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.