ETV Bharat / state

ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୫ ଗୁରୁତର

author img

By

Published : Jun 19, 2022, 7:58 PM IST

ଜଙ୍ଗଲ ଜମି ନେଇ ଗୋଷ୍ଠୀ ସଂଘର୍ଷ, ୧୫ ଗୁରୁତର
ଜଙ୍ଗଲ ଜମି ନେଇ ଗୋଷ୍ଠୀ ସଂଘର୍ଷ, ୧୫ ଗୁରୁତର

କଳାହାଣ୍ଡିରେ ଜଙ୍ଗଲ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ । ୧୫ରୁ ଊର୍ଦ୍ଧ୍ବ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତର ସିନ୍ଧିଭଟ୍ଟା ଓ ଥୁଆଙ୍ଗପଦର ଗାଁରରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀର ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା । ଆହତଙ୍କ ମଧ୍ୟରୁ କେତେଜଣ ଲାଞ୍ଜିଗଡ଼ ମେଡ଼ିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଦୀର୍ଘ ୨୦ ବର୍ଷ ହେଲା ସିନ୍ଧିଭଟ୍ଟା ଗ୍ରାମବାସୀ ଗାଁ ନକଟରେ ଥିବା ଜଙ୍ଗଲରେ ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ସେଠାରୁ ୬ କିଲୋମିଟର ଦୂରରେ ଥିବା ଲାଖବାହାଳି ପଞ୍ଚାୟତର ଥୁଆଙ୍ଗପଦର ଗ୍ରାମବାସୀ ମଧ୍ୟ ଆଜକୁ ୨ ବର୍ଷ ହେଲା ସେହି ଜଙ୍ଗଲରେ ଚାଷ କରିବା ଆରମ୍ଭ କଲେ । ସେହି ଦିନ ଠାରୁ ଉଭୟ ଗାଁ ମଧ୍ୟରେ ବଚସା ଲାଗି ରହୁଥିଲା । ଏହାକୁ ନେଇ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋହ୍ଲାର ଉଭୟ ଗ୍ରାମବାସୀଙ୍କୁ ଥାନାକୁ ଡକାଇ ସମାଧାନ କରି ସେହି ଜଙ୍ଗଲରେ ଉଭୟ ଗାଁର ଲୋକେ ଚାଷ ନ କରିବା ପାଇଁ କହିଥିଲେ ଓ ଗାଁ ଲୋକେ ମଧ୍ୟ କେହି ଯାଉନଥିଲେ ।

ଏହାକୁ ନ ମାନି ଆଜି ସକାଳୁ ଥୁଆଙ୍ଗପଦର ଗାଁର ଲୋକେ ଚାଷ କାର୍ଯ୍ୟ ପାଇଁ ଜଙ୍ଗଲକୁ ଯାଇ ଥିବାବେଳେ ସିନ୍ଧି ଭଟ୍ଟା ଗାଁର କିଛି ଲୋକେ ଆସି ଏହି ଜମିକୁ ନେଇ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ଜାଣିବା ପରେ ଉଭୟ ଗାଁର ଲୋକେ ଜଙ୍ଗଲରେ ଜମା ହୋଇ ଉଭୟଙ୍କ ମଧ୍ୟରେ ମାରପିଟ୍ ଲାଗିଥିଲେ । ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୧୫ ଊର୍ଦ୍ଧ୍ବ ଲୋକେ ଗୁରୁତର ଆହତ ହୋଇ ଲାଞ୍ଜିଗଡ଼ ମେଡ଼ିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।


ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.