ETV Bharat / state

ଧନତେରସ ପୂର୍ବରୁ କମିଲା ସୁନା ଓ ରୂପା ଦାମ

author img

By

Published : Nov 10, 2020, 9:56 PM IST

ଧନତେରସ ପୂର୍ବରୁ କମିଲା ସୁନା ଓ ରୂପା ଦାମ
ଧନତେରସ ପୂର୍ବରୁ କମିଲା ସୁନା ଓ ରୂପା ଦାମ

ଦିଲ୍ଲୀ ସରଫରା ବଜାରରେ ସୁନା ଓ ରୂପା ଦାମରେ ହ୍ରାସ ଦେଖା ଦେଇଛି । ତେବେ ଆଗକୁ ଦିପାବଳୀ ଓ ଧନତେରସ ଆସୁଥିବାରୁ ମହଙ୍ଗା ଧାତୁ ଶସ୍ତା ଗହଣା ପ୍ରେମୀଙ୍କୁ ରିଲିଫ ଦେଇଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ମଙ୍ଗଳବାର ପୁଞ୍ଜି ବଜାରରେ ଉତ୍ସାହ ଦେଖାଦେଇଥିବା ବେଳ କମିଛି ସୁନା ଓ ରୂପାର ଚମକ । ଦିଲ୍ଲୀ ସରଫରା ବଜାରରେ ସୁନା ଓ ରୂପା ଦାମରେ ହ୍ରାସ ଦେଖା ଦେଇଛି । ତେବେ ଆଗକୁ ଦିପାବଳୀ ଓ ଧନତେରସ ଆସୁଥିବାରୁ ମହଙ୍ଗା ଧାତୁ ଶସ୍ତା ଗହଣା ପ୍ରେମୀଙ୍କୁ ରିଲିଫ ଦେଇଛି ।

ମଙ୍ଗଳବାର ସୁନା ଦାମ 10 ଗ୍ରାମ ପିଛା 662 ଟଙ୍କା ଖସି 50,338 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଗତ କାରବାରର ସୁନା ଦାମ 10 ଗ୍ରାମ ପ୍ରତି 51,000 ଟଙ୍କାରେ ବନ୍ଦ ହୋଇଥିଲା । ଏଭଳି ଭାବେ ରୂପା ଦାମ ମଧ୍ୟ 1,431 ଟଙ୍କା କମି କିଲୋ ପିଛା 62,217 ଟଙ୍କାରେ ପହଞ୍ଚିଛି । ତେବେ ଗତ କାରବାର ଦିନରେ ରୂପା କିଲୋ 63,648 ଟଙ୍କାରେ ବନ୍ଦ ହୋଇଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି ଯେ, ‘‘ ଭାରତରେ ସୁନା ଦାମ ସଂଶୋଧନ ସହ ଧନତେରସ ପୂର୍ବରୁ ଏହାର ପାର୍ବଣ କ୍ରୟ ବଢିପାରେ ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପ୍ରତି 1,886 ଡଲାର ରହିଥିଲା ବେଳେ ରୂପା ପ୍ରତି ଆଉନ୍ସ ପିଛା 24.31 ଡଲାରରେ ସ୍ଥିର ଅଛି ।

କୋଭିଡ-19 ଟିକା ଆସିବା ନେଇ ଫାଇଜରର ଉପଲବ୍ଧି ଓ ଆମେରିକାରରେ ବାଇଡେନଙ୍କ ବିଜୟ ପରେ ବଜାରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଯାହାର ପ୍ରଭାବରେ ସୁନା ଓ ରୂପା ଦାମରେ ହ୍ରାସ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.