ETV Bharat / state

ଘରେ ଚାଲିଥିଲା ଗଞ୍ଜେଇ ପ୍ୟାକିଂ, ରାତି ଅଧିଆ ମାଡି ବସିଲା ଅବକାରୀ ବିଭାଗ

author img

By

Published : Mar 10, 2022, 2:20 PM IST

ରାତି ଅଧରେ ଘର ଭିତରେ ହେଉଥିଲା ଗଞ୍ଜେଇ ପ୍ୟାକିଙ୍ଗ, ଧରି ପକାଇଲା ଅବକାରୀ ବିଭାଗ
ରାତି ଅଧରେ ଘର ଭିତରେ ହେଉଥିଲା ଗଞ୍ଜେଇ ପ୍ୟାକିଙ୍ଗ, ଧରି ପକାଇଲା ଅବକାରୀ ବିଭାଗ

କଳାହାଣ୍ଡି ଜିଲ୍ଲାରୁ ବପୁଳ ପରିମାଣର ଗଞ୍ଜେଇ ଜବତ ଏହାସହ 4 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । କଳାହାଣ୍ଡି ଜିଲ୍ଲା କୋକସର ଥାନା ଅନ୍ତର୍ଗତ ଦାବରୀଗୁଡା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 4 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

ରାତି ଅଧରେ ଘର ଭିତରେ ହେଉଥିଲା ଗଞ୍ଜେଇ ପ୍ୟାକିଙ୍ଗ, ଧରି ପକାଇଲା ଅବକାରୀ ବିଭାଗ

ସୂଚନାଅନୁସାରେ, ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଦାବରୀଗୁଡା ଗାଁର କାର୍ତ୍ତିକ ନାଏକଙ୍କ ଘରେ ଗଞ୍ଜେଇ କାରବାର କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ଖବର ପାଇ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିଥିଲା । ଚଢ଼ାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

ସେପଟେ ଗିରଫ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ଯୁବକ ଥିବା ଜଣାପଡିଛି । ତେବେ ଗଞ୍ଜେଇ କେଉଁଠୁ ଆସିଲା ଓ କେଉଁ ଜାଗାକୁ ଚାଲାଣ ହେବାକୁ ପ୍ରସ୍ତୁତ କରାଯାଉଥିଲା ସେନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ଆକଳନ ପରେ ଜଣାପଡିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.