ETV Bharat / state

Panchayat Poll: ବିଧାୟକଙ୍କ ଲିଖିତ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ

author img

By

Published : Feb 22, 2022, 6:43 AM IST

Panchayat Poll: ବିଧାୟକଙ୍କ ଲିଖିତ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ
Panchayat Poll: ବିଧାୟକଙ୍କ ଲିଖିତ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ

ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ କଳାହାଣ୍ତି ଟିଟ୍ରିପଡାବାସୀ । ଆସନ୍ତା ୨୪ ତାରିଖରେ ଏହି ଅଞ୍ଚଳରେ ମତଦାନ ହେବାକୁ ଥିବା ବେଳେ ନିଜର ମତ ସାବ୍ୟସ୍ତ କରିବେ ଗ୍ରାମବାସୀ । ଅଧିକ ପଢନ୍ତୁ

ଭବାନୀପାଟଣା : ବିଧାୟକଙ୍କ ଲିଖିତ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଟ୍ରିପଡାବାସୀ ଚଳିତପଞ୍ଚାୟତି ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ଏନେଇ ଟିଟ୍ରିପଡାବାସୀ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।

Panchayat Poll: ବିଧାୟକଙ୍କ ଲିଖିତ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଗ୍ରାମବାସୀ

ଏହାବି ପଢନ୍ତୁ :ପୌର ନିର୍ବାଚନ ପାଇଁ ଚୂଡାନ୍ତ ପ୍ରସ୍ତୁତି, ପ୍ରଥମ ଥର ହେବ ନୋଟାର ବ୍ୟବହାର

ଅଭିଯୋଗ ଅନୁଯାୟୀ ଟିଟ୍ରିପଡା ଗାଁକୁ ରାଜସ୍ୱ ଗ୍ରାମର ମାନ୍ୟତା ସହ ସ୍ୱଚ୍ଛ ପାନୀୟଜଳ ଯୋଗାଣ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ , ବିଜୁ ପକ୍କାଘର ଓ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟର ଖୋଲିବା ଭଳି ଦାବି ନେଇ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ।ହେଲେ ସୋମବାର ନିଷ୍ପତ୍ତିରୁ ଓହରିଛନ୍ତି ଗ୍ରାମବାସୀ। ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଟିଟ୍ରିପଡା ଗାଁକୁ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଲିଖିତ ପ୍ରତିଶ୍ରୁତି ଦେବା ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଛନ୍ତି ଗ୍ରାମବାସୀ। ଆସନ୍ତା ୨୪ ତାରିଖରେ ଏହି ଅଞ୍ଚଳରେ ମତଦାନ ହେବାକୁ ଥିବା ବେଳେ ନିଜର ମତ ସାବ୍ୟସ୍ତ କରିବେ ଟିଟ୍ରିପଡା ବାସୀ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.