ETV Bharat / state

ଚାଷଜମିରେ କାମ କରିବା ସମୟରେ ବଜ୍ରାଘାତ, ୪ ମହିଳା ଚାଷୀ ଗୁରୁତର

author img

By

Published : Sep 20, 2022, 7:34 AM IST

ଚାଷଜମିରେ କାମ କରିବା ସମୟରେ ବଜ୍ରାଘାତ, ୪ ମହିଳା ଚାଷୀ ଗୁରୁତର
ଚାଷଜମିରେ କାମ କରିବା ସମୟରେ ବଜ୍ରାଘାତ, ୪ ମହିଳା ଚାଷୀ ଗୁରୁତର

ଚାଷଜମିରେ କାମ କରିବା ସମୟରେ ବଜ୍ରାଘାତରେ ୪ ମହିଳା ଚାଷୀ ଗୁରୁତର । ନିକଟ ଚାଷଜମିରେ କାର୍ଯ୍ୟ କରୁଥିବା ଚାଷୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତେବେ ସେମାନଙ୍କୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ଚାଷଜମିରେ କାମ କରିବା ସମୟରେ ବଜ୍ରାଘାତ । ଅଘଟଣରେ ୪ ମହିଳା ଚାଷୀ ଗୁରୁତର ହୋଇଥିବା ସୂଚନା । ତେବେ ବଜ୍ରାଘାତର ଶିକାର ହୋଇଥିବା ସମସ୍ତ ୪ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଫଟାପଡା ଗ୍ରାମର ୪ ଜଣ ମହିଳା ଚାଷୀ ବିଲରେ କାମ କରୁଥିବା ସମୟରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା । ଏହି ସମୟରେ ବଜ୍ରାଘାତ ଘଟିବାରୁ ୪ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ନିକଟ ଚାଷଜମିରେ କାମ କରୁଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ ।

ପରେ ସେଠାରୁ ଗୁରୁତର ୪ ଜଣ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.