ETV Bharat / state

ଜଳୁଛି ଜଙ୍ଗଲ ସମ୍ପଦ, ବନବିଭାଗ ପାଇଁ ସୁରକ୍ଷା ଏକ ଚ୍ୟାଲେଞ୍ଜ

author img

By

Published : Apr 9, 2021, 8:25 PM IST

ବନବିଭାଗ ପାଇଁ ଜଙ୍ଗଲ ସୁରକ୍ଷା ଏକ ଚ୍ୟାଲେଞ୍ଚ
ବନବିଭାଗ ପାଇଁ ଜଙ୍ଗଲ ସୁରକ୍ଷା ଏକ ଚ୍ୟାଲେଞ୍ଚ

କଳାହାଣ୍ଡିର ଦକ୍ଷିଣ ବନଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ ଯୋଗୁଁ ବ୍ୟାପକ କ୍ଷତିର ଆଶଙ୍କା ସୃଷ୍ଟି କରିଥିଲା। ହେଲେ ଦକ୍ଷିଣ ବନଖଣ୍ଡ ଦକ୍ଷତାର ସହ ନିଆଁକୁ ଆୟତ୍ତ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି ନିଆଁ ଆୟତ୍ତକୁ ଅନେକାଂଶରେ ସାହାଯ୍ୟ କରିଛି। ଅଧିକ ପଢନ୍ତୁ...

ଭବାନୀପାଟଣା: ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଖବର ସାଧାରଣ ଲୋକଙ୍କ ସହ ପରିବେଶ ସୁରକ୍ଷାକୁ ନେଇ ଚିନ୍ତାର କାରଣ ସାଜିଥିଲା। ହେଲେ କଳାହାଣ୍ଡିର ଦକ୍ଷିଣ ବନଖଣ୍ଡ ଅଞ୍ଚଳରବିଭିନ୍ନ ସ୍ଥାନରେ ନିଆଁ ଯୋଗୁଁ ବ୍ୟାପକ କ୍ଷତିର ଆଶଙ୍କା ସୃଷ୍ଟି କରିଥିଲା। ହେଲେ ଦକ୍ଷିଣ ବନଖଣ୍ଡ ଦକ୍ଷତାର ସହ ନିଆଁକୁ ଆୟତ୍ତ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି ନିଆଁ ଆୟତ୍ତକୁ ଅନେକାଂଶରେ ସାହାଯ୍ୟ କରିଛି।

ବନବିଭାଗ ପାଇଁ ଜଙ୍ଗଲ ସୁରକ୍ଷା ଏକ ଚ୍ୟାଲେଞ୍ଚ

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନରେ ୯୧୭ ବର୍ଗ କିଲୋମିଟରରେ ଜଙ୍ଗଲ ରହିଛି। ସେଥିମଧ୍ୟରେ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଭୁକ୍ତ ।ଏଣୁ ଏଠାକାର ଜୈବ ବିଭିଦତା ସହ ଜନ୍ତୁ ସୁରକ୍ଷା ବନ ବିଭାଗ ପାଇଁ ଚ୍ୟାଲେଞ୍ଜର ବିଷୟ ପାଲଟିଛି ।

ଦକ୍ଷିଣ ବନଖଣ୍ଡ ଅଧିନରେ ଥିବା ୭ ଟି ରେଞ୍ଜରେ ୨୫୦ ଟି ଭିଏସଏସ ଟିମ ଘଟଣା କରିବା ୧୫୦ ଉର୍ଦ୍ଧ୍ବ ବନ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ ଗଠନ କରାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହାସହ ପ୍ରତ୍ୟେକ ଗ୍ରାମାଞ୍ଚଳ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯିବା ସହ ଡାକବାଦୀ ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନର ବାର୍ତ୍ତା ଦିଆଯାଉଛି।

ବନବିଭାଗ ଯଦିଓ ନିଆଁକୁ ଚଲିତବର୍ଷ ଆୟତ୍ତ କରିଛି ହେଲେ ଜନ ସଚେତନତା ହିଁ ଜଙ୍ଗଲ ତଥା ପରିବେଶ ସୁରକ୍ଷା ପାଇଁ ଏକମାତ୍ର ବିକଳ୍ପ ହୃଦୟଙ୍ଗମ କରି ଲୋକଙ୍କ ସଚେତନତାକୁ ଗୁରୁତ୍ବରୋପ କରାଯାଇଛି। ଏକଦା କଳାହାଣ୍ଡି ଜିଲ୍ଲାରେ ଜଙ୍ଗଲ ପାଇଁ ସବୁଠାରୁ ସ୍ବଚ୍ଛ ପରିବେଶ ଅଞ୍ଚଳ ଭାବେ ରାଜ୍ୟରେ ସୁନାମ ରହିଥିଲା ହେଲେ ଜଙ୍ଗଲର ଅବକ୍ଷୟ ଓ ଚୋରା କାଠ ଚାଲାଣ ପାଇଁ ଜଙ୍ଗଲ ଅବକ୍ଷୟ ହୋଇ ଆସୁଛି।

ଯାହାକୁ ରୋକିବାକୁ ଦକ୍ଷିଣ ବନଖଣ୍ଡ ଅଧିକାରୀଟି ଅଶୋକ କୁମାର ଆମ ପାଇଁ ଏକ ଚ୍ୟାଲେଞ୍ଜ ଓ ମିଶନ ବୋଲି ଗୁରୁତ୍ବରୋପ ଜଙ୍ଗଲ ସୁରକ୍ଷାକୁ ନୂଆ ଦିଗ ଦେଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.