ETV Bharat / state

ନାଁକୁ ମେଗା ଲିଫ୍ଟ ଇରିଗେସନ ଜମିକୁ ଆସୁନି ପାଣି !

author img

By

Published : Sep 14, 2022, 9:53 PM IST

ମେଗା ଲିଫ୍ଟ ଇରିଗେସନ ସତ୍ତ୍ବେ ଜମିକୁ ଆସୁନାହିଁ ପାଣି, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ
ମେଗା ଲିଫ୍ଟ ଇରିଗେସନ ସତ୍ତ୍ବେ ଜମିକୁ ଆସୁନାହିଁ ପାଣି, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ପାଇଁ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ( Mega Lift Irrigation Project )ଥିଲେ ମଧ୍ୟ ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ପାଣି ମିଳି ପାରୁନାହିଁ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ଶେଷରେ ୩ଟି ପଞ୍ଚାୟତର ଚାଷୀ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

କଳାହାଣ୍ଡି: ପୁଣି ଚିନ୍ତାରେ ଚାଷୀ । ଚାଷ ପାଇଁ ଜଳସେଚନର ଅଭାବ । ମୁଣ୍ଡର ଝାଳ ତୁଣ୍ଡରେ ମାରି ପେଟ ପାଇଁ ଦାନା ଉପାର୍ଜନ ଆଶାରେ ଚାଷୀ ଜମିରେ ରୁଆ ବେଉଷଣ କରି ଚାଷ କାମ ଆରମ୍ଭ କରିଥିଲେ । ସେହି ଧାନ ଏବେ ଅମଳ ହେବାର ସମୟ । ହେଲେ ଏହି ସମୟରେ ପାଣି ଅଭାବ ଯୋଗୁଁ ଏବେ ଚାଷ ଜମି ଫାଟିବାକୁ ବସିଲାଣି । ଫଳରେ ହାଡ଼ ଭଙ୍ଗା ପରିଶ୍ରମ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମେଗା ଲିଫ୍ଟ ଇରିଗେସନ ସତ୍ତ୍ବେ ଜମିକୁ ଆସୁନାହିଁ ପାଣି, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ପାଇଁ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ( Mega Lift Irrigation Project ) ରହିଛି । ହେଲେ ଜମିକୁ ଆସୁନି ପାଣି । ଫଳରେ ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ପାଣି ମିଳି ପାରୁନାହିଁ । କଳାହାଣ୍ଡି ଜିଲ୍ଲା ରାଜ୍ୟର ଦ୍ବିତୀୟ ଭାତହାଣ୍ଡି ହୋଇଥିବା ବେଳେ ଜଳସେଚନର ଅଭାବ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୂଷାପାଲି, ରେଙ୍ଗାଳପାଲି ଓ ଡହଗାଁ ଭଳି ୩ ପଞ୍ଚାୟତର ଅନେକ ଚାଷୀଙ୍କ ଚାଷ ଜମିରେ ପାଣି ଅଭାବ ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ୩ ଟି ପଞ୍ଚାୟତର ଚାଷ ଜମିକୁ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜଳ ଯୋଗାଣ ପାଇଁ କେନାଲର ବ୍ୟବସ୍ଥା ରହିଛି ହେଲେ ଚାଷୀଙ୍କୁ ଆବଶ୍ୟକ ସମୟରେ ପାଣି ଯୋଗାଣ ହେଉ ନଥିବାରୁ ଚାଷ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ଶେଷରେ ଏହି ୩ ଟି ପଞ୍ଚାୟତର ଚାଷୀ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ୩ ଟି ପଞ୍ଚାୟତର ଚାଷୀ ଏକତ୍ରିତ ହୋଇ ଇନ୍ଦ୍ରାବତୀ ଉଠା ମୂଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଧାରଣାରେ ବସିଛନ୍ତି । ଜମିକୁ ଜଳ ଯୋଗାଣ ଦାବି କରିବା ସହ ଖୁବଶୀଘ୍ର ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।

ଏନେଇ ବିଭାଗୀୟ ଅଧିକାରୀଙ୍କୁ ଭେଟିବାକୁ ଆସିଥିବା ଚାଷୀ ଅକ୍ଷୟ ସାହୁ କହିଛନ୍ତି "ଚାଷୀ ହେଲା ଆମର ମୂଳଦୁଆ । ଆଜି ଚାଷୀ ମାନଙ୍କ ପାଇଁ ଆମକୁ ମୁଠାଏ ଖାଇବାକୁ ମିଳୁଛି । ରାଜ୍ୟ ସରକାର ଚାଷୀ ମାନଙ୍କର ସୁବିଧା ଲାଗି ମେଗା ଲିଫ୍ଟ କେନାଲ କରିଛନ୍ତି । ଏଥିରେ ବହୁତ ତୃଟି ରହିଛି । ଚାଷୀଙ୍କ ସୁବିଧା ପାଇଁ ଏସବୁ କରାଯାଉଛି । ହେଲେ ଚାଷୀ ଏଥିରେ କୌଣସି ସୁବିଧା ପାଇ ପାରୁ ନାହିଁ । ହେଲେ ତୃଟି କେଉଁଠି ରହୁଛି ତାହା ଆମକୁ ଜଣା ନାହିଁ । ଏନେଇ ଆମେ ବହୁତ ଥର ଆସି ଅଫିସରେ ଅଭିଯୋଗ କରିଲୁଣି ହେଲେ କାହାର କିଛି ଉତ୍ତର ମିଳି ପାରିନାହିଁ । ଦୁଇ ତିନି ମାସ ହେବ ଜମିକୁ ପାଣି ମିଳି ନାହିଁ । ବିଲରେ ଧାନ ଶୁଖି ଯିବା ସହିତ ପୋଡିବା ଅବସ୍ଥାକୁ ଆସିଗଲାଣି । ଯେତେ ଥର ଅଭିଯୋଗ କରିବା ପରେ କେହି କିଛି କର୍ଣ୍ଣପାତ କରୁନାହାଁନ୍ତି । ଚାଷୀର ସୁବିଧା ଲାଗି କିଛି ପ୍ରୋଜେକ୍ଟ କରାଯାଉଛି ଯଦି ଚାଷୀ ସେଥିରେ କୌଣସି ସୁଫଳ ପାଇପାରିଲା ନାହିଁ ତାହେଲେ ଏଭଳି ପ୍ରଜେକ୍ଟର କଣ ମୂଲ୍ୟ ରହିଛି ।"

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.