ETV Bharat / state

କୋରୋନାକୁ ନେଇ ଅପହଞ୍ଚ ଇଲାକା କେତେ ସଜାଗ ? ଦେଖନ୍ତୁ...

author img

By

Published : Apr 4, 2020, 12:37 PM IST

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ ପାଇଁ ଆଶାକର୍ମୀ, ଅଙ୍ଗନବାଡ଼ି, ପୋଷ୍ଟର ଓ ଡାକବାଜି ଯନ୍ତ୍ର ଯୋଗେଁ ସଚେତନତାର ପଦକ୍ଷେପ ନିଆଯାଉଛି।

Coronavirus conscious
କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ସଚେତନ

ଭବାନୀପାଟଣା: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଲାଗୁ କରାଯିବା ସହ କୋଭିଡ-୧୯ ଭୂତାଣୁକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ମାତ୍ର ଏନେଇ କଳାହାଣ୍ଡି ଜିଲ୍ଲା ଭଳି ଅପହଞ୍ଚ ଇଲାକାର ବାସ୍ତବ ସ୍ଥିତି ପରଖିଛି ଇଟିଭି ଭାରତ ।

କୋରୋନାକୁ ନେଇ କଳାହାଣ୍ଡି କେତେ ସଜାଗ

ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ ପାଇଁ ଆଶାକର୍ମୀ, ଅଙ୍ଗନବାଡ଼ି, ପୋଷ୍ଟର ଓ ଡାକବାଜି ଯନ୍ତ୍ର ଯୋଗେଁ ସଚେତନତାର ପଦକ୍ଷେପ ନିଆଯାଉଛି।ଯାହାକୁ ନେଇ ଉପାନ୍ତଞ୍ଚଳରେ ବି କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ନେଇ ଏମାନେ ସତର୍କ ଥିବାବେଳେ ରକ୍ଷା କରୁଛନ୍ତି ସାମାଜିକ ଦୂରତ୍ବ । ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟନ ଚାଲିଛି ଖାଦ୍ୟ ସାମଗ୍ରୀ ଜମା ହୋଇଛନ୍ତି ୫୦ରୁ ଉର୍ଦ୍ଧ୍ବ ହିତାଧିକାରୀ।

ଏ ଦୃଶ୍ୟ ହେଉଛି ଥୁଆମୂଳ ରାମପୁର ବ୍ଲକ ସେମେଲପଦର ଅଙ୍ଗନବାଡି କେନ୍ଦ୍ରର। ଏନେଇ ଆମ ପ୍ରତିନିଧି ହିତାଧିକାରୀ, ଅଙ୍ଗନବାଡି କର୍ମୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି...

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.