ETV Bharat / state

କଳାହାଣ୍ଡିରେ ବିନା ଭକ୍ତରେ ପୂଜା ପାଇବେ ମା' ଦୁର୍ଗା

author img

By

Published : Oct 4, 2021, 6:37 AM IST

କଳାହାଣ୍ଡି ଜିଲ୍ଲା ପ୍ରଶାସନର ବୈଠକ ଶେଷ, ଭକ୍ତ ବିନା ପୂଜା ପାଇବେ ମା' ଦୁର୍ଗା
କଳାହାଣ୍ଡି ଜିଲ୍ଲା ପ୍ରଶାସନର ବୈଠକ ଶେଷ, ଭକ୍ତ ବିନା ପୂଜା ପାଇବେ ମା' ଦୁର୍ଗା

ଫିକା ପଡିବ ପୂଜା ମଣ୍ଡପ । କୋଭିଡ କଟକଣା ଭିତରେ ପୂଜା ପାଇବେ ମା' । ଦୁର୍ଗା ପୂଜା ପାଇଁ ମୂର୍ତ୍ତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ମା’ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଅଧିକ ପଢନ୍ତୁ...

ଭବାନୀପାଟଣା: ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପୂଜା ପାଇବେ ମା' । ଆଉ ଏନେଇ ବିଭିନ୍ନ କମିଟି ତରଫରୁ ପ୍ରସ୍ତୁତ ପୂଜା ମଣ୍ଡପ ଫିକା ପଡିବ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରମ କରିବେ ମା' ଦୁର୍ଗା । ହେଲେ ଏଥିପାଇଁ ନାଁ ଅଛି ଉତ୍ସାହ ନାଁ ଦେଖିବାକୁ ମିଳୁଛି ପାର୍ବଣର ମାହୋଲ । ସବୁଠି ସୃଷ୍ଟି ହୋଇଛି ଖାଁ ଖାଁ ପରିବେଶ ।

କଳାହାଣ୍ଡି ଜିଲ୍ଲା ପ୍ରଶାସନର ବୈଠକ ଶେଷ, ଭକ୍ତ ବିନା ପୂଜା ପାଇବେ ମା' ଦୁର୍ଗା

ତେବେ ପୂଜା ପାଇଁ କିଛି ମଣ୍ଡପରେ ମୂର୍ତ୍ତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସେପଟେ ପୂଜା ପ୍ରସ୍ତୁତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ତେବେ ବିନା ଭକ୍ତ ଓ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଥର ଜିଲ୍ଲାର ବିଭିନ୍ନ ମଣ୍ଡରେ ପାଳିତ ହେବ ଦୁର୍ଗା ପୂଜା । ତା ସହିତ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପରେ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.