ETV Bharat / state

ସରିଲା ଶାରଦୀୟ ଦୁର୍ଗାପୂଜା, ଏବେ ମେଲାଣି ନେବେ ମା'

author img

By

Published : Oct 9, 2019, 9:15 AM IST

ସରିଲା ପୂଜା, ବିଦାୟ ନେବେ ମା'

ସରିଲା ଶାରଦୀୟ ଦୁର୍ଗା ପୂଜା । ଏନେଇ କଳାହାଣ୍ଡିର ବିଭିନ୍ନ ପୂଜା ମଣ୍ଡପରେ ଖୁବ୍‌ଧୁମ୍‌ଧାମରେ ପାଳିତ ହୋଇଛି ଏହି ଉତ୍ସବ ।

କଳାହାଣ୍ଡି: ଜିଲ୍ଲାର କେସିଙ୍ଗ।, ଧର୍ମଗଡ, ଜୁନାଗଡ ସମେତ ଭବାନୀପାଟଣା ବିଭିନ୍ନ ସହରରେ ପାଳନ ହୋଇଯାଇଛି ମା'ଙ୍କ ବିଜୟାଦଶମୀ । ଅଧର୍ମ ଉପରେ ଧର୍ମର ବିଜୟ । ଏନେଇ ସମସ୍ତ ପୂଜା ମଣ୍ଡପରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ ।

ଚଳିତ ବର୍ଷ ଭବାନୀପାଟଣା ସହରର ବିବିସିପଡା ପୂଜା କମିଟି, ଜନତା ପୂଜା କମିଟି, ପ୍ରଦେଶୀପଡା ପୂଜା କମିଟି ଓ ନକଟିଗୁଡା ପୂଜା କମିଟି ଭଳି ଛୋଟ ବଡ 10ଟି ପୂଜା ମେଢ ଅନୁଷ୍ଠିତ ହୋଇଥିଲା । ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବିରଙ୍ଗର ବିଭିନ୍ନ ମୂର୍ତ୍ତି ଭକ୍ତଙ୍କୁ ଖୁବ୍ ଆକୃଷ୍ଟ କରିଥିଲା ।

ଏହାସହ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଥିଲା ସବୁ ପୂଜା ମଣ୍ଡପ । ଏସବୁ ଭିତରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ପାଇଁ ମୀନା ବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମର ଆୟୋଜନ ମଧ୍ୟ ହୋଇଥିଲା ।

ସରିଲା ପୂଜା, ବିଦାୟ ନେବେ ମା'


ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା' ଜଗତଜନନୀ । ଏନେଇ ପୂଜା କମିଟି ମାନେ ମା'ଙ୍କ ଭସାଣ ଉତ୍ସବ ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଏନେଇ ଜିଲ୍ଲା ପୋଲିସ ପକ୍ଷରୁ ଶାନ୍ତି ଶ୍ରୁଙ୍ଖଳା ରକ୍ଷା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ବିଜୟା ଦଶମୀ ପାଇଁ ଚାରିଆଡେ ଚଳ ଚଞ୍ଚଳ । କଳାହାଠି ଜିଲ୍ଲା ର କେସିଙ୍ଗ ।,ଧର୍ମଗଡ,ଜୁନାଗଡ ସମେତ ଭବାନୀପାଟଣା ସହର ର ବିଭିନ୍ନ ପୂଜା ମଠପ ରେ ଶ୍ରଦ୍ଧାଳୁ ଙ୍କ ଭିଡ । ଅଧର୍ମ ଉପରେ ଧର୍ମ ର ବିଜୟ ଦିବସ । ଏନେଇ ସମସ୍ତ ପୂଜା ମଠପ ଜମିଥିଲା ଶ୍ରଦ୍ଧାଳୁ ଙ୍କ ଭିଡ ।    
 ଭିଓ-୦୧-ଚଳିତ ବର୍ଷ ଭବାନୀପାଟଣା ସହର ର ବିବିସି ପଡା ପୂଜା କମିଟି,ଜନତା ପୂଜା କମିଟି, ପ୍ରଦେଶୀପଡା ପୂଜା କମିଟି ଓ ନକଟିଗୁଡା ପୂଜା କମିଟି ଭଳି ଛୋଟ ବଡ ୧୦ ଟି ପୂଜା ମେଢ ଅନୁଷ୍ଠିତ ହେଉଥିବା ବେଳେ ନକଟିଗୁଡା ପୂଜା କମିଟି ର ସୁସଜ୍ଜିତ ତୋରଣ ସମସ୍ତ ଙ୍କୁ ଆକର୍ଷିତ କରିଥିଲା । ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗ ବିରଙ୍ଗ ର ବିଭିନ୍ନ ମୂର୍ତ୍ତିମାନ ତିଆରି ହୋଇଛି ଏହା ସହ ସୁସଜ୍ଜିତ ଆଲୋକ ମାଳାରେ ଝଲସି ଉଠୁଥିଲା ସବୁ ପୂଜା ମଠପ । ଏ ସବୁ ଭିତରେ ଶ୍ରଦ୍ଧାଳୁ ଓ ଦର୍ଶକ ମାନଙ୍କ ପାଇଁ ମୀନା ବଜାର ଓ ବିଭିନ୍ନ ସାଂସ୍କୁତିକ କାର୍ଯକ୍ରମ ର ଆୟୋଜନ ଶ୍ରଦ୍ଧାଳୁ ଙ୍କୁ ବେଶ ଆକ୍ରୁଷ୍ଟ କରିଥିଲା ବାଇଟ- ସିଳ୍କି ଠାକୁର (ଶ୍ରଦ୍ଧାଳୁ)
ଭିଓ-୦୨-ଆଜି ଧରାପ୍ରୁଷ୍ଠ ରୁ ବିଦାୟ ନେବେ ମାଁ ଜଗଜ୍ଜନନୀ । ଏନେଇ ପୂଜା କମିଟି ମାନେ ମାଁ ଭଷାଣି ଉତ୍ସବ ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିଛି । 
ବାଇଟ-ଲୋଚନି ବାଗ (ଶ୍ରଦ୍ଧାଳୁ)
 ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.