ETV Bharat / state

ଛଟେଇ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଅ: ଛଟେଇ କମ୍ପ୍ୟୁଟର ଶିକ୍ଷକ

author img

By

Published : Jul 24, 2019, 11:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଲାହାଣ୍ଡି

କମ୍ପ୍ୟୁଟର ଶିକ୍ଷାକୁ ବ୍ୟାପକ ଓ ସରଳ କରିବା ପାଇଁ ସମଗ୍ର ରାଜ୍ୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେଇଥିଲେ ସରକାର । ହେଲେ ବିନା କାରଣରେ ଏମାନଙ୍କୁ ଛଟେଇ କରିଛନ୍ତି ରାଜ୍ୟ ସରକାର ।

ଭବାନୀପାଟଣା: ରାଜ୍ୟରେ କମ୍ପ୍ୟୁଟର ଶିକ୍ଷାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେଇଥିଲେ ।

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଓଡ଼ିଶା ସରକାରଙ୍କ ଦ୍ବାରା ୨୦୧୪ ମସିହାରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ ହୋଇଥିଲା। ଏଥିପାଇଁ ଇ ବିଦ୍ୟାଳୟ କାର୍ଯ୍ୟକ୍ରମ ଜରିଆରେ କଳାହାଣ୍ଡି ଜିଲ୍ଲାରେ ୧୧୦ ଜଣ ସ୍କୁଲ ସଂଯୋଜକ ଭାବେ ନିଯୁକ୍ତି ହୋଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଲାହାଣ୍ଡି

ତେବେ ଗତ ଏପ୍ରିଲ ୧ ତାରିଖରୁ ଏହି କାର୍ଯ୍ୟକ୍ରମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଛଟେଇ କରିଛନ୍ତି ସରକାର । ସେମାନଙ୍କୁ ପୁନଃ ନିଯୁକ୍ତ ଦାବିରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଛଟେଇ ହୋଇଥିବା କର୍ମଚାରୀ । ଯଦି ସେମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆନଯାଏ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଛଟେଇ ଶିକ୍ଷକ ।

କଲାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:24.07.2019
Radhakanta Mohanty, Kendrapada
Slug-od_kpr_07_election_script_7204459
Anchor-ଶେଷ ହୋଇଛି ପାଟକୁରା ନିର୍ବାଚନ।ରାଜ୍ୟର ହେଭିୱେ ଟ ନିର୍ଵାଚନ ହେଉଥିବା ୯୬-ପାଟକୁରା ଆସନରେ ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ବିଜୟ ମହାପାତ୍ରଙ୍କୁ ୧୭,୯୨୦ ଭୋଟରେ ପରାସ୍ତ କରି ପାଟକୁରାର ତାଜ ପିନ୍ଧିଛନ୍ତି।ଦୀର୍ଘ ଦିନ ଧରି କସରତ କରାଯାଉଥିବା ଏହି ଆସନ ପାଇଁ ଯବନିକା ପଡିଛି।ତେବେ ନିଜର ଏହି ବିଜୟପାଇଁ ପ୍ରଥମେ ପ୍ରଭୁ ବଳଦେବଜୀଉ,ଲଛମନଜୀଉଙ୍କ ଆଶୀର୍ବାଦ ସହ ପାଟକୁରା ଭୋଟର ମାନଙ୍କର ସ୍ନେହ ସଦିଛା ଏବଂ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏଥିସହ ନିର୍ବାଚନ ମଣ୍ଡଳୀ ପାଇଁ ଯେଉଁ କାର୍ଯ୍ୟ ନିଶ୍ଚିତ ଆବଶ୍ୟକ ଯଥା ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନକୁ ପ୍ରାଥମିକତା ଭିତ୍ତିରେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ସେଥିପ୍ରତି ଧ୍ୟାନ ଦେବେ ବୋଲି ଆଜି ଗଣନା କେନ୍ଦ୍ରକୁ ପ୍ରମାଣପତ୍ର ନେବା ପାଇଁ ଆସିଥିବା ଅବସରରେ କହିଛନ୍ତି ସାବିତ୍ରୀ।ସେହିପରି ଆଶା ଅନୁଯାୟୀ ଫଳ ନମିଳିଥିଲେ ମଧ୍ୟ ବିଜୟକୁ ନେଇ ଖୁବ ଖୁସିଥିବା ଓ ପାଟକୁରା ନିର୍ବାଚନ ମଣ୍ଡଳୀର ଗୁରୁତ୍ୱ ବହନ କରୁଥିବା ଡେରାବିଶ୍ ବ୍ଲକର ଜନସାଧାରଣ ୧୪୦୦୦ରୁ ଉର୍ଦ୍ଧ୍ଵ ଭୋଟରେ ଅଗ୍ରଣୀ କରି ରଖିଥିବାରୁ ସେମାନଙ୍କ ନିକଟରେ ଚିର ଋଣୀ ବୋଲି କହିଛନ୍ତି ବିଜେଡି ଡେରାବିଶ୍ ବ୍ଲକ ସଭାପ6ଦେବାଶିଷ ଆଚାର୍ଯ୍ୟ।
Byt-ସାବିତ୍ରୀ ଅଗ୍ରୱାଲ(ବିଧାୟିକା,ପାଟକୁରା)
Byt-ଦେବାଶିଷ ଆଚାର୍ଯ୍ୟ(ଡେରାବିଶ୍ ବ୍ଲକ ବିଜେଡି ସଭାପତି)Body:BreakingConclusion:Breaking
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.