ETV Bharat / state

ନୂଆବର୍ଷରେ ମା' ମାଣିକେଶ୍ବରୀଙ୍କ ଦର୍ଶନ କଲେ ଭକ୍ତ

author img

By

Published : Jan 1, 2022, 1:47 PM IST

devotees visit manikeshwari temple in kalahandi
ନୂଆବର୍ଷରେ ମା' ମାଣିକେଶ୍ବରୀଙ୍କ ଦର୍ଶନ କଲେ ଭକ୍ତ

ଆଜି ନବବର୍ଷର ପ୍ରଥମ ଦିନ ଅବସରରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ଦର୍ଶନ କରିଛନ୍ତି ଭକ୍ତ । କୋଭିଡ଼ କଟକଣା ଭିତରେ ସମସ୍ତ ନିୟମମାନି ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

କଳାହାଣ୍ଡି: ଆଜି ନବବର୍ଷର ପ୍ରଥମ ଦିନ ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ଦର୍ଶନ କରିଛନ୍ତି ଭକ୍ତ । କୋଭିଡ଼ କଟକଣା ଭିତରେ ସମସ୍ତ ନିୟମମାନି ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରିଛନ୍ତି ।

ନୂଆବର୍ଷରେ ମା' ମାଣିକେଶ୍ବରୀଙ୍କ ଦର୍ଶନ କଲେ ଭକ୍ତ

ଆଜି ସକାଳୁ କଳାହାଣ୍ଡିର ମା' ମାଣିକେଶ୍ବରୀ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ନୂଆବର୍ଷ ନେଇ ସଭିଙ୍କ ମନରେ ଉଲ୍ଲାସ ଦେଖିବାକୁ ମିଲିଥିଲା । ମା'ଙ୍କ ନିକଟରେ ଦୀପ ଧୂପ ଜାଳି ଭକ୍ତମାନେ ବର୍ଷର ଆରମ୍ଭ କରିଛନ୍ତି । ବର୍ଷଟି କିଭଳି ଭଲ ଯିବ ଏବଂ ବିଶ୍ବରୁ କରୋନା ରୂପକ ମହାମାରୀ ଧ୍ବଂସ ପାଇବ ସେନେଇ କାମନା ମଧ୍ୟ କରିଛନ୍ତି ।

କରୋନା କଟକଣା ଯୋଗୁଁ ଚାରିଆଡ଼େ ନିରାଡମ୍ବର ଭାବେ ନୂଆବର୍ଷ ପାଳନ କରୁଥିବା ଦେଖିବାକୁ ମିଳିଛି । ଆଜି ମା'ଙ୍କ ଦର୍ଶନ ପାଇ ଖୁସି ଅନୁଭବ କରିଛନ୍ତି କଳାହାଣ୍ଡି ବାସୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.