ETV Bharat / state

କଳାହାଣ୍ଡିରେ ଧୂମଧାମରେ ଚୈତ୍ର ପର୍ବ ପାଳିତ

author img

By

Published : Apr 12, 2022, 10:53 PM IST

କଳାହାଣ୍ଡିରେ ଧୂମଧାମରେ ଚୈତ୍ର ପର୍ବ ପାଳିତ
କଳାହାଣ୍ଡିରେ ଧୂମଧାମରେ ଚୈତ୍ର ପର୍ବ ପାଳିତ

କଳାହାଣ୍ଡି ଜିଲ୍ଲାରେ ଧୂମଧାମରେ ପାଳିତ ହୋଇଛି ଚୈତ୍ର ପର୍ବ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ବେଶ ଧୂମଧାମରେ ପାଳିତ ହୋଇଛି ଚୈତ୍ର ପର୍ବ । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଧୂମଧାମରେ ପାଳିତ ହୋଇଛି ଚୈତ୍ର ପର୍ବ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳରେ ବେଶ ଧୂମଧାମରେ ପାଳିତ ହୋଇଛି ଚୈତ୍ର ପର୍ବ । ପରମ୍ପରା ଅନୁଯାୟୀ ଚୈତ୍ର ମାସ ଆରମ୍ଭରୁ ହିଁ ଚାରିଆଡେ ନିଜ ନିଜ ଅଞ୍ଚଳର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମୟରେ ନଗର ପରିକ୍ରମା କରିଥାନ୍ତି ଦେବୀ ।

କଳାହାଣ୍ଡିରେ ଧୂମଧାମରେ ଚୈତ୍ର ପର୍ବ ପାଳିତ

ତେବେ ଦେବୀଙ୍କ ମୁଖ୍ୟ ପୂଜକ ଓ ସେବକମାନେ ଦେବୀଙ୍କ ଘଟକୁ ଧରି ଘର ଘର ଯାଇଥାନ୍ତି । ଲୋକେ ମଧ୍ୟ ନଜ ଘର ସମ୍ମୁଖରେ ଦୀପ ଧୂପ ଦେଇ ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ଭଳି ୧୦ ଦିନର ନଗର ପରିକ୍ରମା ପରେ ଚିତ୍ରା ଦିନ ଗ୍ରାମଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ।ମାନସିକ ଧରି ବୋଦା କୁକୁଡ଼ା ଆଦି ବଳି ଦେଇଥାନ୍ତି ।

ସେହିପରି ଭବାନୀପାଟଣା ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିର, ତାରିଣୀ ମନ୍ଦିର ଓ କାଳୀ ମନ୍ଦିର ସମେତ ଅନେକ ମନ୍ଦିର ମାନଙ୍କରେ ସ୍ୱତନ୍ତ୍ର ଚୈତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ତାରିଣୀ ମନ୍ଦିରରେ ଚୈତ୍ର ପର୍ଵ ଉପଲକ୍ଷେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଚଣ୍ଡି ଯଜ୍ଞ ଅନୁଷ୍ଠିତ ହୋଇଛି । ଚୈତ୍ର ପର୍ବ ପାଇଁ ସ୍ୱତନ୍ତ୍ର ପଞ୍ଚମକାର ପୂଜାର୍ଚ୍ଚନା ସହ ଏକ ଦିବସୀୟ ଚଣ୍ଡି ଯଜ୍ଞ ଆୟୋଜିତ ହୋଇଥିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.