ETV Bharat / state

ବୁଢ଼ାରଜାଙ୍କ ଶକ୍ତିପୀଠରେ ଦଶହରା ପର୍ବ ପାଳିତ

author img

By

Published : Oct 20, 2019, 2:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କୋକସରା ବ୍ଲକ ଆମପାଣି ଠାରେ ବୁଢ଼ାରଜାଙ୍କ ଶକ୍ତି ପୀଠରେ ଦଶହରା ପର୍ବ ପାଳିତ । ଏହି ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

କଳାହାଣ୍ଡି: କୋକସରା ବ୍ଲକ ଆମପାଣି ଠାରେ ବୁଢ଼ାରଜାଙ୍କ ଶକ୍ତି ପୀଠରେ ଦଶହରା ପର୍ବ ପାଳିତ । ଜଙ୍ଗଲ ପାହାଡ ଘେରରେ ଏହି ମନ୍ଦିରଟି କଳାହାଣ୍ଡି ଓ ନବରଙ୍ଗପୁର ଏବଂ ଛତିଶଗଡ ସୀମାନ୍ତରେ ଅବସ୍ଥିତ । ବୁଢାରଜାଙ୍କ ଏହି ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ପରମ୍ପରା ଅନୁଯାୟୀ, ମନ୍ଦିରର ମୁଖ୍ୟ ପୂଜକଙ୍କ ଘର ଠାରୁ ପୂଜା ହେବା ପରେ ଲାଠି ଧରି ବୁଢ଼ାରଜା ପୀଠରେ ପହଞ୍ଚି ନଗର ପରିକ୍ରମା କରିଥାନ୍ତି । ଏହି ପୂଜାରେ ମାନସିକଧାରୀମାନେ ମାନସିକ ପୂରଣ ପରେ ନଡ଼ିଆ, କଦଳୀ, ପାରା, କୁକୁଡା ଓ ବୋଦା ଆଦି ପଶୁବଳି ଦେଇଥାନ୍ତି । ଅପରାହ୍ନରେ ବୁଢ଼ାରଜା ମନ୍ଦିର ପାର୍ଶରେ ଥିବା ବଡ ଗଛ ଉପରେ ବୁଦାକୁ ବାନ୍ଧି ଦେଇ ଲାଖ ବିନ୍ଧିଥାନ୍ତି ।

ବୁଢ଼ାରଜାଙ୍କ ମନ୍ଦିର ନୀତିକାନ୍ତି ପରେ ଖୋଲାଯାଇଥାଏ । ପ୍ରତିଦିନ ମନ୍ଦିରରେ ପୂଜାର୍ଚ୍ଚନା ବିଧି ମୁତାବକ ହୋଇଥାଏ । ଏହି ବୁଢାରଜାଙ୍କ ପର୍ବରେ ସନ୍ଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏଥିସହ କଳାହାଣ୍ଡି ବୀର ବାଦ୍ୟ ଘୁମୁରା, ଘୁଡୁକା, ଢେମସା, ବଜା ସାଲିଆ, ଲୋକନୃତ୍ୟ, ଲୋକବାଦ୍ୟ ଆଦି ପରିବେଷଣ ହୋଇଥାଏ । ଏଥିପାଇଁ ଓଡିଶା ତଥା ଓଡିଶା ବାହାରୁ ଶହ ଶହ କଳାକାର ଆସି ତାଙ୍କ କଳା ପ୍ରଦର୍ଶନ କରିଥାନ୍ତି ।

ସେପଟେ ବୁଢାରଜାଙ୍କ ପର୍ବରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରୁ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନେଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି କୋକସରା ବ୍ଲକ ଆମପାଣି ଠାରେ ବୁଢ଼ାରଜା ଙ୍କ ଶକ୍ତି ପିଠରେ ଦଶହରା ପର୍ବ ପାଳିତ।
ଜାଙ୍ଗଲ ପାହାଡ଼ ଘେରରେ ମନ୍ଦିର ଅବସ୍ତିତ |ଏହି ମନ୍ଦିର ଟି କଳାହାଣ୍ଡି ଓ ନବରଙ୍ଗପୁର ଏବଂ ଛତି ଶ ଗଡ ସୀମାନ୍ତ ଅବସ୍ତିତ ସେଥିପାଇଁ ଏହି ବୁଢ଼ାରଜା ଯାତ୍ରା ଦେଖିବାକୁ ଉଭୟ ଜିଲ୍ଲା ସହିତ ବାହାରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥାଏ। Body:ମୁଖ୍ୟ ପୂଜକ ଘର ଠାରୁ ପୂଜା ହେଲାପରେ ଲାଠି ଧରି ବୁଢ଼ାରଜା ପୀଠରେ ପହଂଚି ନଗର ପରିକ୍ରମା କରି ଥାନ୍ତି । ଏଥିରେ ମାନସିକ ଧାରୀ ମାନେ ମାନସିକ ପୁରଣ୍ ହେଲା ପରେ ନଡ଼ିଆ, କଦଳୀ.,ପରା, କୁକୁଡା, ଓ ବୋଦା ପଶୁବଳି ଦେଇଥାନ୍ତି |ଅପରାହ୍ନରେ ବୁଢ଼ାରଜା ମନ୍ଦିର ପାର୍ଶରେ ବଡ ଗଛ ଉପରେ ବୁଦାକୁ ବାନ୍ଧିଦେଇ କି ଲାଖ ବିନ୍ଧି ଥାନ୍ତି |ବୁଢ଼ାରଜା ଙ୍କ ମନ୍ଦିର ନୀତି ଖୋଲା ହେଇ ଥାଏ ଓ ପ୍ରତିଦିନ ପୂଜା ଅର୍ଚନା ହୋଇଥାଏ |ଏହି ବୁଢାରାଜା ପର୍ବରେ ସନ୍ଧ୍ୟା କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ବୁଢାରାଜା ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସହ, କଳାହାଣ୍ଡି ବୀର ବାଦ୍ୟ ଘୁମୁରା, ଘୁଡୁକା, ଢେମସା, ବଜା ସାଲିଆ, ଲୋକନୃତ୍ୟ, ଲୋକ ବାଦ୍ୟ, ପ୍ରମୂଖ ଓଡିଶା ତ ଥା ଓଡିଶା ବାହାରୁ ସହ ସହ କଳାକାର ଆସି ତାଙ୍କ କଳା ପ୍ରଦର୍ଶନ କରିଥାନ୍ତି |
Conclusion:ସୁରକ୍ଷା ବ୍ୟବସ୍ଥା ପାଇଁ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ବ୍ୟାପକ ପୋଲିସ ଫୋସ ମୁତୟନ କରିଥିବା ସୂଚନା ଦେଇଛନ୍ତି।
ବାଇଟ_ଡଲି ସିପକା (ଶ୍ରଦ୍ଧାଳୁ)
ବାଇଟ_ଦୀପାଞଳି ପାତ୍ର (ଶ୍ରଦ୍ଧାଳୁ)
ବାଇଟ_ଲଖମିନାରାୟଣ ପଣ୍ଡା(ଏସ ଡି ପିଓ ଧର୍ମଗଡ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.