ETV Bharat / state

ବିପଦରେ ଗଜରାଜ: ପୁଣି ନର୍ଲା ରେଞ୍ଜରୁ ଦନ୍ତାର ମୃତଦେହ ଉଦ୍ଧାର

author img

By

Published : Feb 12, 2022, 11:12 AM IST

ପୁଣି ଏକ ହାତୀର ମୃତ ଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ କମେଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

elephant dead body found from jungle in kalahandi
ବିପଦରେ ଗଜରାଜ: ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ଏକ ହାତୀର ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ କମେଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି ।

ବିପଦରେ ଗଜରାଜ: ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ବିଦ୍ୟୁତ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା । ତେବେ ଆଜି ପୁଣି ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ କମେଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀଟିର ଶରୀରରେ ବିଭିନ୍ନ ଜାଗାରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ ।

ଏହା ମଧ୍ୟ ପଢନ୍ତୁ: ବିପଦରେ ଗଜରାଜ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

ଏହି ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛି । ଏବଂ ମୃତ୍ୟୁର କାରଣ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କଳାହାଣ୍ଡିରେ ଦିନକୁ ଦିନ ଗଜରାଜଙ୍କ ମୃତ୍ୟୁ ବନ ବିଭାଗର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.