ETV Bharat / state

ପ୍ରସବବେଳେ ରୋଗୀଙ୍କ ପେଟରେ ଗଜକନା ଭୁଲିଲେ ଡାକ୍ତର, ମେଡିକାଲରେ ଉତ୍ତେଜନା

author img

By

Published : Jun 19, 2022, 11:42 AM IST

ରୋଗୀଙ୍କ ପ୍ରସବ ଦ୍ବାରରରେ ଛାଡିଲେ ଗଜକନା, ମେଡିକାଲରେ ଉତ୍ତେଜନା
ରୋଗୀଙ୍କ ପ୍ରସବ ଦ୍ବାରରରେ ଛାଡିଲେ ଗଜକନା, ମେଡିକାଲରେ ଉତ୍ତେଜନା

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ହୋଇଥିବା ଅଭିଯୋଗ । ରୋଗୀଙ୍କ ପ୍ରସବ ଦ୍ବାରରରେ ଗଜକନା ଡାକ୍ତର ଛାଡିବା ପରେ ମେଡିକାଲ ପରିସରରେ ଉତ୍ତେଜନା । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ହୋଇଥିବା ଅଭିଯୋଗ । ରୋଗୀଙ୍କ ପ୍ରସବ ଦ୍ବାରରରେ ଗଜକନା ରହିଯାଇଥିବା ପରିବାର ଅଭିଯୋଗ ଆଣିଛି । ଏହାପରେ ମେଡିକାଲ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଡୁମେରଗୁଡା ଗାଁର ବିଶେକ ବେହେରାଙ୍କ ପତ୍ନୀ ଦେବନ୍ତି ବେହେରାଙ୍କୁ ମେ ମାସ ୧୭ ତାରିଖ ଦିନ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଦେବନ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମେଡିକାଲରେ ଠିକ ସମୟରେ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦେବା ସହ ସେହି ଦିନ ହିଁ ଦେବନ୍ତିଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ରୋଗୀଙ୍କ ପ୍ରସବ ଦ୍ବାରରରେ ଛାଡିଲେ ଗଜକନା, ମେଡିକାଲରେ ଉତ୍ତେଜନା

ହେଲେ ପ୍ରସବ ସରିବା ପରେ ପ୍ରସବ ଦ୍ବାରରେ ଗଜକନା ଛାଡି ଦେଇଥିଲେ ଡାକ୍ତର । ପରେ ଦେବନ୍ତିଙ୍କୁ ୨୪ ଘଣ୍ଟା ଅର୍ଥାତ ୨୦ ତାରିଖ ଦିନ ଡିସଚାର୍ଜ କରିଦେଇଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ । କିଛି ଦିନ ପରେ ଦେବନ୍ତିଙ୍କ ପେଟ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଦେବାନ୍ତିଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ଦେବନ୍ତିଙ୍କୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଆସିବାରୁ ପେଟରେ ଗଜକନା ରହିଥିବା ଡାକ୍ତର ଜାଣିବାକୁ ପାଇଥିଲେ । ପରେ ଧର୍ମଗଡ଼ ମେଡ଼ିକାଲରେ ଗଜକନା ବାହାର କରିଥିଲେ ଡାକ୍ତର । ଏନେଇ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦେବନ୍ତିଙ୍କ ପରିବାର ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କସ୍ତୁରୀ ମିଶ୍ର କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଥିବାବେଳେ, ତଦନ୍ତ ନିର୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିବା ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.