ETV Bharat / state

ନିର୍ଦ୍ଦୟ ସାବତ ମା, 3 ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା

author img

By

Published : Aug 25, 2019, 2:04 PM IST

Updated : Aug 25, 2019, 2:37 PM IST

ଡିଜାଇନ ଫଟୋ

କଳାହାଣ୍ଡି ଜିଲ୍ଲା ଲାଖପଦର ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ସାବତ ମା ତା ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

କଳାହାଣ୍ଡି: ମା’ର ପଣତକାନୀ ସବୁଠୁ ଶ୍ରେଷ୍ଠ ଆଶ୍ରୟ ସ୍ଥଳ । ଗୋଟେ ସନ୍ତାନ ପାଇଁ ତା ମା ହିଁ ସବୁଠାରୁ ବଡ ସୁରକ୍ଷା କବଚ । ମା ଥିଲେ ଦୁନିଆର କୌଣସି ଶକ୍ତି ତା ସନ୍ତାନକୁ କ୍ଷତି ପହଞ୍ଚାଇ ପାରିବ ନାହିଁ । ହେଲେ ଯେତେବେଳେ ସେହି ମା ମମତାମୟୀରୁ ପିଶାଚୀ ହୋଇଯାଏ, ତାହାଲେ ଦୁନିଆ ଓଲଟି ଯାଏ । ଏମିତି ଏକ ଘଟଣା କଳାହାଣ୍ଡିରେ ଆଲୋଡନ ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଜଣେ ସାବତ ମା 3 ବର୍ଷର କଅଁଳ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧିନସ୍ଥ ଲାଖପଦର ଗାଁରେ । ମୃତ ଶିଶୁ ହେଲେ ସେହି ଗାଁର ଯୁଗେଶ୍ବର ସାହୁଙ୍କ ଏକମାତ୍ର ଅଲିଅଳ କନ୍ୟା ନନ୍ଦିନୀ ସାହୁ । ନନ୍ଦିନୀଙ୍କୁ ତାଙ୍କ ସାବତ ମା ଅତି ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ନିତିଦିନିଆ କାମ ସାରି ଘରକୁ ଫେରିଥିଲେ ନନ୍ଦିନୀଙ୍କ ବାପା ଯୁଗେଶ୍ବର । ଘରକୁ ଫେରି ଯାହା ଦେଖିଥିଲେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଏକମାତ୍ର କନ୍ୟା ଚିର ନିଦ୍ରାରେ ଶୋଇପଡିଥିଲା । ଏନେଇ ନନ୍ଦିନୀଙ୍କ ମାମୁଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ନନ୍ଦିନୀ ବାପା ଓ ସାବତ ମାକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ପୁରୀ ସହରରେ ପୋଲିସ ର ଏନକାଉଁଟରBody:ପୁରୀ ରେ ପୋଲିସ ର ଏନକାଉଁଣ୍ଟର। ଗତକାଲି ରାତି ପୁରୀ ରେ ଏକ ଏନକାଉଁଟର ରେ ଜଣେ ଦୁର୍ଦାନ୍ତ ଅପରାଧି ଦିବନା ବେହେରା ଆହତ ହୋଇଛି । ଦିବନା ର ଡାହାଣ ଗୋଡ଼ ଆଣ୍ଠୁ ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ପ୍ରଥମେ ପୁରୀ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଦିବନା ନାମରେ ପୁରୀ ର ବିଭିନ୍ନ ଥାନା ରେ ଏକାଧିକ ମାମଲା ରହିଛି। ପୋଲିସ wanted ତାଲିକା ରେ ରହିଥିଲା ଦିବନା ବେହେରା । ତେବେ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଦିବନା କୁ ଗିରଫ କରିବାକୁ ଯୋଜନା କରିଥିଲା। କୁମ୍ଭାର ପଡ଼ା ଓ ବାସେଲିସାହି ଥାନା ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଥିଲା। ହେଲେ ଦିବନା ସରେଣ୍ଡର କରିବା ପରିବର୍ତେ ପୋଲିସ ଉପରକୁ ଗୁଳି ଚଳାଇ ଥିଲା। ପରେ ବାଧ୍ୟ ହୋଇ ପୋଲିସ ଏନକାଉଁଟର କରିଥିଲା। ଦିବନା ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି , ଗୋଟିଏ ମାଗାଯିନ ଓ ଗୋଟିଏ ବାଇକ ପୋଲିସ ଜବତ କରିଛି। ତେବେ ଆଗାମୀ ଦିନରେ ଅପରାଧି ଙ୍କୁ ପୁରୀ ପୋଲିସ ଦୃଢ଼ ହସ୍ତରେ ଦମନ କରିବାକୁ ଚେତାଇ ଦେଇଛି। ଆଗାମୀ ଦିନରେ ଆହୁରି ଜୋରଦାର ଅପରେସନ କରାଯାଇ ପୋଲିସ ଅପରାଧୀ ଙ୍କୁ କାବୁ କରିବ ବୋଲି ପୁରୀ sp ସୂଚନା ଦେଇଛନ୍ତି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated :Aug 25, 2019, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.