ETV Bharat / state

କର୍ଲାପାଟ ଅଭୟାରଣ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

author img

By

Published : Apr 2, 2021, 9:17 PM IST

କାର୍ଲାପାଟ ଅଭୟାରଣ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
କାର୍ଲାପାଟ ଅଭୟାରଣ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଥିବା ଶଗଡା ଚେକଗେଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଅଧିକ ପଢନ୍ତୁ...

ଭବନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଥିବା ଶଗଡା ଚେକଗେଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ବନ ବିଭାଗ । ପଡୋଶୀ ଜିଲ୍ଲା ରାୟଗଡା ପଟୁ ଆସୁଥିବା ଏକ କାରରୁ ଏହି ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ଆକଳନ କରିଛି ।

କାର୍ଲାପାଟ ଅଭୟାରଣ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୂଚନା ଅନୁଯାୟୀ, ପଡୋଶୀ ଜିଲ୍ଲା ରାୟଗଡା ପଟୁ ଆସୁଥିବା ଏକ ନାଲି ରଙ୍ଗର କାରଟିକୁ ସନ୍ଦେହରେ ବନ କର୍ମଚାରୀ ଅଟକାଇ ଥିଲେ । ଗାଡିଟିକୁ ଚେକିଙ୍ଗ କରିବା ସମୟରେ ଗାଡି ଛାଡି ଡ୍ରାଇଭର ଓ ସହଯୋଗୀ ଘଟଣାସ୍ଥଳରୁ ଫେରାର ମାରିଥିଲେ । ପରେ କାର ଡିକିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା । ଖବର ପାଇ ଭବାନୀପାଟଣା ସଦର ଥାନା ପୋଲିସ କର୍ଲାପାଟ ଅଭୟାରଣ୍ୟରେ ପହଞ୍ଚି ଗାଡି ସହ ଗଞ୍ଜେଇ ଜବତ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.