ETV Bharat / state

ବ୍ୟବସାୟୀଙ୍କ ଆକାଉଣ୍ଟରୁ ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟିନେଲେ ସାଇବର ଠକ

author img

By

Published : Feb 3, 2021, 10:07 PM IST

ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧ ଲକ୍ଷ ୭୯ ଟଙ୍କା ଲୁଟିନେଲେ ସାଇବର ଠକ
ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧ ଲକ୍ଷ ୭୯ ଟଙ୍କା ଲୁଟିନେଲେ ସାଇବର ଠକ

ସଫ୍ଟୱେର ଅପଡେଟ ନାଁରେ ସାଇବର କ୍ରାଇମ । ୧ ଲକ୍ଷ ୭୯ ଟଙ୍କା ବ୍ୟବସାୟୀ ନାରାୟଣ ଅଗ୍ରୱାଲଙ୍କ ଆକାଉଣ୍ଟରୁ ଲୁଟିନେଲେ ଠକ । ଅଧିକ ପଢନ୍ତୁ...

ଭବାନୀପାଟଣା : ଏକ ସାଇବର କ୍ରାଇମ ଘଟଣାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଣେ ବ୍ୟବସାୟୀ ନାରାୟଣ ଅଗ୍ରୱାଲଙ୍କ ଆକାଉଣ୍ଟରୁ ୧ ଲକ୍ଷ ୭୯ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ବ୍ୟବସାୟୀ ଜଣକ ନିଜର ଟେଲି ସଫ୍ଟୱେର ଅପଡେଟ ଶହ ମଲ୍ଟିପୁଲ କରୁଥିବାବେଳେ କଷ୍ଟମର କେୟାରର ସହାୟତା ନେଇଥିଲେ । ଏହି ସମୟରେ ସେମାନେ ପ୍ରଥମେ ୯୯ ହଜାର, ୨୦ ହଜାର ଲେଖାଏଁ ୪ ଥର ତାଙ୍କ ଆକାଉଣ୍ଟରୁ ନେଇଯାଇଥିଲେ । ସେମାନେ ଏହି ଟଙ୍କା ନେଉଥିଲେ ମଧ୍ୟ ବ୍ୟବସାୟୀ ଜଣକ ଜାଣି ପାରିନଥିଲେ ।

ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧ ଲକ୍ଷ ୭୯ ଟଙ୍କା ଲୁଟିନେଲେ ସାଇବର ଠକ
ଏହି ସମୟରେ ମେସେଜ ଆସିବାରୁ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ବ୍ଳକ କରିଥିଲେ । ତେବେ ଏ ନେଇ ବ୍ୟବସାୟୀ ଜଣକ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ସହ ସାଇବର କ୍ରାଇମ ସେଲ ବ୍ରହ୍ମପୁରରେ ବି ଅଭିଯୋଗ କରିଛନ୍ତି । ପୋଲିସ ଏତଲା ପରେ ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.