ETV Bharat / state

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ

author img

By

Published : Aug 22, 2020, 7:37 PM IST

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ
ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ

କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ପୋଲିସ ଓ ଏସଟିଏଫର ମିଳିତ ଚଢାଉ । ୧୨୦ କେଜି ଗଞ୍ଜେଇ ସହ 2 ଗିରଫ ହୋଇଥିବା ଜଣାପଡିଛି । ତେବେ ଅନ୍ୟ ଦୁଇ ଫେରାର ହୋଇଥିବାବେଳେ ପୋଲିସର ଖୋଳତାଡ ଜାରି ରହିଛି । ଅଧିକ ପଢନ୍ତୁ...

ଭବାନୀପାଟଣା: ଗଞ୍ଜେଇ ଚାଲାଣ ଅଭିଯୋଗରେ ଧର୍ମଗଡ଼ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଆଉ ଦୁଇ ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି । ଗିରଫ ଯୁବକମାନେ ଧର୍ମଗଡ଼ ଗୋରୁବଜାର ପଡାର ତୀର୍ଥରାଜ ସାଗର ଓ ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗାଁର ଚନ୍ଦ୍ରସେନ ମେହେର ବୋଲି ଜଣାପଡିଛି ।

ପୋଲିସ ସେମାନଙ୍କ ପାଖରୁ ୧୨୦ କେଜି ଗଞ୍ଜେଇ ଜବତ କରିଛି । ଜିଲ୍ଲାରେ ଗଞ୍ଜେଇ ଉତ୍ପାଦନ ହେଉନଥିବାବେଳେ ବିଶେଷ କରି ଜିଲ୍ଲାକୁ ଆନ୍ଧ୍ର ଏବଂ ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହୋଇଥାଏ । ମାଫିଆମାନେ ତାକୁ ବିଭିନ୍ନ ରାସ୍ତା ଦେଇ ସୁରତ, ମୁମ୍ବାଇ, ଗୋଆ ଆଦି ସ୍ଥାନକୁ କେଜି ପିଛା ୧୫୦୦ ସହ ଟଙ୍କାରେ କିଣି ୫ ହଜାରରୁ ୮ ହଜାର ଟଙ୍କା ଦରରେ ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି । ପୂର୍ବ ଡିଲ ଅନୁଯାୟୀ ଅଟକ ଦୁଇ ଯୁବକ ମଧ୍ୟ ଜିଲ୍ଲା ବାହାରୁ ଗଞ୍ଜେଇ ଆଣି ରାଜ୍ୟ ବାହାରକୁ ଚାଲାଣ ଉଦ୍ଦେଶ୍ୟରେ ଗ୍ରାହକଙ୍କ ଅପେକ୍ଷାରେ ଥିଲେ ।

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ

ପୋଲିସର କହିବା ଅନୁଯାୟୀ ଏକ ୪୦୭ ଗାଡ଼ିରେ ଏହା ଭୁବନେଶ୍ୱର ଚାଲାଣ ହେବା ପରେ ସେଠାରୁ ରାଜ୍ୟ ବାହାରକୁ ଚାଲାଣ ହେବାର ଥିଲା । କୌଣସି ସୂତ୍ରରୁ ଖବର ପାଇ ୪୦୭ ପହଞ୍ଚିବା ପୂର୍ବରୁ ଧର୍ମଗଡ଼ ପୋଲିସ ଏବଂ ଏସଟିଏଫ ମିଳିତ ଚଢ଼ାଉ କରି ସହର ର ରୟାଲ ପ୍ୟାଲେସ ହୋଟେଲ ନିକଟରେ ସେମାନଙ୍କୁ କାବୁ କରିଥିଲେ ।

ତେବେ ଚଢ଼ାଉ ସମୟରେ ଦୁଇ ଜଣ ଯୁବକ ଫେରାର ହେବାକୁ ସକ୍ଷମ ହୋଇଥିବାବେଳେ ସେମାନେ ଚିଚୈଗୁଡା ଗାଁର ବୋଲି ଜଣାପଡିଛି । କୋଭିଡ ପରୀକ୍ଷା ପରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.