ETV Bharat / state

'ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ'

author img

By

Published : Oct 30, 2019, 2:33 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2019 ପାଳନ କରାଯାଇଛି । ଏହି ଅବସରରେ ସଚ୍ଚୋଟତାର ସହିତ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଝାରସୁଗୁଡା : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2019 ପାଳନ କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ସଚ୍ଚୋଟତା ଅବଲମ୍ବନ କରିବା ସହ ଲାଞ୍ଚ ନ ନେଇ ଜନସେବା କରିବାକୁ ପାଠ ପଢାଇଛନ୍ତି ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ |

ଭିଡିଓ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସର୍କିଟ ହାଉସ ସଭାଗୃହରେ ଅନୁଷ୍ଠିତ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ପାଇଁ ଅଫିସର ଓ କର୍ମଚାରୀଙ୍କ ଚରିତ୍ରରେ ସୁଧାର ଆଣିବା ସହ ନିର୍ଦ୍ଧାରିତ ସମୟରେ କାମକୁ ସାରିବା ଲକ୍ଷ୍ୟ ରଖିଲେ ଦୁର୍ନୀତି ହ୍ରାସ ହୋଇପାରିବ ବୋଲି ମତ ଦେଇଛନ୍ତି |

ଏହି ସଭାରେ ଜିଲ୍ଲାପାଳଙ୍କ ସହ ସମ୍ବଲପୁର ଭିଜିଲାନ୍ସ ଏସପି, ଝାରସୁଗୁଡା ଜିଲ୍ଲା ଅତିରିକ୍ତ ଏସପି, ସମ୍ବଲପୁର ୟୁନିଭରସିଟିର ଅବସରପ୍ରାପ୍ତ କୁଳପତି ପ୍ରଫେସର ଧ୍ରୁବରାଜ ନାଏକ ପ୍ରମୁଖ ଯୋଗ ଦେଇଛନ୍ତି । ଏହି ଅବସରରେ ଦୁର୍ନୀତିରେ ଜଡିତ କର୍ମଚାରୀଙ୍କୁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି |

ଝାରସୁଗୁ଼ଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ସଚ୍ଚ୍ହୋଟତା ଅବଲବନ କରିବା ସହ ଲାଞ୍ଚ ନ ନେଇ ଜନ ସେବା କରିବାକୁ ପାଠ ପଢାଇଛନ୍ତି ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ |ଦୁର୍ନିତୀ ନିବାରଣ ସପ୍ତାହ ଅବସରରେ ସର୍କିଟ ହାଉସ ସଭାଗ୍ରୁହରେ ଅନୁଷ୍ଠିତ ଏକ ସଭାରେ ଜିଲ୍ଲାପାଳଙ୍କ ସହ ସମ୍ବଲପୁର ଭିଜିଲାନ୍ସ ଏସପି,ଝାରସୁଗୁଡା ଜିଲ୍ଲା ଅତିରିକ୍ତ ଏସପି,ସମ୍ବଲପୁର ୟୁନିଭରସିଟିର ଅବସରପ୍ରାପ୍ତ କୁଳପତି ପ୍ରଫେସାର ଧ୍ରୁବରାଜ ନାଏକ ପ୍ରମୁଖ ଦୁର୍ନିତୀ ନିବାରଣ ପାଇଁ ଅଫିସର ଓ କର୍ମଚାରୀମାନଙ୍କ ଚରିତ୍ରରେ ସୁଧାର ଆଣିବା ସହ ନିର୍ଦ୍ଧାରିତ ସମୟରେ କାମକୁ ସାରିବା ଲଖ୍ୟ ରଖିଲେ ଦୁର୍ନିତୀ କମ୍ ହୋଇ ପାରିବ ବୋଲି ମତ ଦେଇଥିଲେ |ଏହି ଅବସରରେ ଦୁର୍ନିତୀଖୋରଙ୍କୁ କାର୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ ଜିଲ୍ଲାପାଳ |

ବାଇଟ୍-ସରୋଜ ସାମଲ,ଝାରସୁଗୁଡ଼ା ଜିଲ୍ଲାପାଳBody:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.