ETV Bharat / state

Brajarajnagar By-Poll: ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

author img

By

Published : May 22, 2022, 5:22 PM IST

Brajarajnagar By-Poll: ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ
Brajarajnagar By-Poll: ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ବ୍ରଜରାଜନଗର ଉପନିର୍ବାଚନ ଲାଗି ଅଣ୍ଟା ଭିଡ଼ିଛି BJP । ଆଜି ବିଜେପି ପାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ଆସନ୍ତା ୩୧ ତାରିଖରେ ହେବାକୁ ଯାଉଛି ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ(Brajarajnagar Bypoll) । ଏହି ଆସନ ହାତେଇବା ପାଇଁ ଆରମ୍ଭ ହେଲାଣି ରାଜନୈତିକ ଦଳର ସମରସଜ୍ଜା । ସମସ୍ତ ରାଜନୀତିକ ଦଳ ଜୋରଦାର କସରତ କରୁଛନ୍ତି । ଆଜି(ରବିବାର) ବିଜେପି ପାଇଁ ପ୍ରଚାର ମୈଦାନକୁ ଓଲ୍ଲାଇଛନ୍ତି କେନ୍ଦ୍ର ରାଷ୍ଟ୍ର ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ ।

Brajarajnagar By-Poll: ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

କେନ୍ଦ୍ର ମନ୍ତ୍ରୀ ଟୁଡୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଆସି ବେଲପାହାଡରେ ବିଜେପିର ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ କରିବା ସହ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି । ତେବେ ଶୁଖିଲା ମହାନଦୀକୁ ଦଳ ମୁଦ୍ଦା କରିବ ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଟୁଡୁ କହିଛନ୍ତି, "ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ଓଡିଶା ପଟେ ମହାନଦୀ ଶୁଖିଲା ପଡିଛି ଏବଂ ଓଡିଶାବାସୀ ଜଳାଭାବ ଭୋଗୁଛନ୍ତି ।"

ସୂଚନାଯୋଗ୍ୟ ଯେ, ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଝାରସୁଗଡା ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଶାସକ ଦଳ BJD ଦିଂବଗତ ନେତା କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପାର୍ଥୀ କରି ଏହି ଆସନକୁ ପୁଣିଥରେ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରିଛି ।

ଶାସକ ଦଳ ଏକତରଫା ବିଜୟ ହାସଲ କରିବ ବୋଲି BJD ନେତାମାନେ କହୁଥିବାବେଳେ ବିରୋଧି ପ୍ରାର୍ଥୀ କଡା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତି କରୁଛନ୍ତି । ପଞ୍ଚାୟତ, ପୌର ନିର୍ବାଚନ ଫଳାଫଳ ପରେ ବ୍ରଜରାଜନଗର ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.