ETV Bharat / state

ଉପ-କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Aug 8, 2022, 12:15 PM IST

ଝାରସୁଗୁଡ଼ା ଉପ-କାରାଗାରରେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କଲେ ବିଚାରାଧୀନ କଏଦୀ । ଅଧିକ ପଢନ୍ତୁ

ଉପ-କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
ଉପ-କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା: ଜିଲ୍ଲା ଉପ-କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗଳାକାଟି ଆତ୍ମହତ୍ୟା ଉଦ୍ୟମ କଲେ ବିଚାରାଧୀନ କଏଦୀ ସୁରଜ କର । ଗୁରୁତର ଅବସ୍ଥାରେ କଏଦୀ ଜଣଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । କିଛି ଦିନ ପୂର୍ବରୁ ଜଣେ କଏଦୀ ଉପ କାରାଗାରରୁ ଫେରାର ମାରିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଏପରି ଘଟଣା ସାମ୍ନାକୁ ଆସିଛି ।

ଉପ-କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

କଏଦୀ ସୁରଜ କରକୁ କିଛିଦିନ ତଳେ ବ୍ରଜରାଜନଗର ଓପିଏମ୍ କୋଲୋନିରେ ଏକ ଅପରାଧ ମାମଲାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ କୋର୍ଟଙ୍କ ଆଦେଶ କ୍ରମେ ତାକୁ ବିଚାରାଧୀନ ବନ୍ଦୀ ଭାବରେ ଝାରସୁଗୁଡ଼ା ଉପ-କାରାଗାରରେ ରଖାଯାଇଥିଲା ।

ତେବେ ସେ ନିଶାଅଭ୍ୟସ୍ତ ରହିଥିବାରୁ, ନିଶା ସେବନର ସୁଯୋଗ ନପାଇ ଏକ ବ୍ଲେଡରେ ନିଜ ଗଳା କାଟିଥିବା କୁହାଯାଉଛି । ମାତ୍ର ତାଙ୍କର ପ୍ରତିପକ୍ଷ ଅଭିଯୁକ୍ତ ଜେଲରେ ଥିବାରୁ ସୁରଜକୁ ହତ୍ୟା ଉଦ୍ୟମ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ଝାରସୁଗୁଡ଼ା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ସହ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ଲାଗି ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.