ETV Bharat / state

ନେପାଳ ରୀତିନୀତିରେ ଝାରସୁଗୁଡାରେ ନବରାତ୍ରୀ ପୂଜା

author img

By

Published : Oct 6, 2019, 11:02 PM IST

ନବରାତ୍ରୀ ପୂଜା

ସେକେଣ୍ଡ ବାଟାଲିୟନରେ ନେପାଳ ଦେଶର ପରମ୍ପରା ଅନୁଯାୟୀ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ନେପାଳୀମାନେ ପରିବାରର ମୁଖ୍ୟ ଭାବରେ ସେକେଣ୍ଡ ବାଟାଲିୟନରେ କାର୍ଯ୍ୟରତ ଥିବା କମାଣ୍ଡେଣ୍ଟଙ୍କୁ ପରିବାରର ମୁଖ୍ୟ ଭାବେ ଗ୍ରହଣ କରି ଆଶୀର୍ବାଦ ନେଇଥାନ୍ତି ।

ଝାରସୁଗୁଡା: ମା'ଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା । ସେହିପରି ଝାରସୁଗୁଡାର ସେକେଣ୍ଡ ବାଟାଲିୟନରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ତେବେ ଏହି ମନ୍ଦିରର ବିଶେଷତ୍ବ ହେଲା ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନର ନେପାଳୀ କର୍ମଚାରୀମାନେ ଏହି ମା'ଙ୍କ ମନ୍ଦିର ତିଆରି କରିଛନ୍ତି । ନିଜ ଦେଶର ସଂସ୍କୃତି ପରମ୍ପରା ଅନୁସାରେ ମା'ଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

ନେପାଳ ରୀତିନୀତିରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା

ଝାରସୁଗୁଡାରେ ଥିବା ସେକେଣ୍ଡ ବାଟାଲିୟନର ନେପାଳୀ କର୍ମଚାରୀମାନଙ୍କୁ ଅଧିକାଂଶ ଲୋକେ ଗୁରଖା ପୋଲିସ ଭାବରେ ଜାଣନ୍ତି । ନେପାଳ ଗୁରଖାମାନଙ୍କ ନବରାତ୍ରୀ ହେଉଛି ମୁଖ୍ୟ ପର୍ବ । ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବାପାଇଁ ସ୍ବତନ୍ତ୍ର ଜଣେ ପୂଜକ ରହିଛନ୍ତି । ପୂଜକ ଜଣକ ମଧ୍ୟ ଜଣେ ବେଟେଲିୟନ ପୋଲିସ କର୍ମଚାରୀ । ସେମାନେ ନବରାତ୍ରୀର ପ୍ରଥମ ଦିନରୁ ଏହି ପୂଜାରେ ପାଞ୍ଚପ୍ରକାର ବିହନକୁ ସ୍ବତନ୍ତ୍ର ସ୍ଥାନରେ ବୁଣିଥାନ୍ତି। ତାହା ଦଶମୀ ଆସିବା ଯାଏ ବିହନରୁ ଗଜା ବାହାରି ଯାଇଥାଏ । ସେହି ଛୋଟ ଛୋଟ ଗଛକୁ ନବରାତ୍ରୀ ସରିବାପରେ ସମସ୍ତେ ସେହି ଗଛକୁ ଭାଗ କରି ଘରକୁ ନେଇ ଯାଇଥାନ୍ତି । ଏକ ସ୍ବତନ୍ତ୍ର ଉତ୍ସବ ଭାବେ ପାଳନ କରିଥାନ୍ତି । ଏଥିସହ ସେମାନଙ୍କ ସ୍ବତନ୍ତ୍ର ଭୁଜାଲିକୁ ମଧ୍ୟ ପୂଜା କରିଥାନ୍ତି ।

ନବରାତ୍ରୀ ଶେଷ ଦିନରେ ନେପାଳ ଦେଶର ପରମ୍ପରା ଅନୁଯାୟୀ ମୁଖ୍ୟ ସଦସ୍ୟଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ନେପାଳୀମାନେ ପରିବାରର ମୁଖ୍ୟ ଭାବରେ ସେକେଣ୍ଡ ବାଟାଲିୟନରେ କାର୍ଯ୍ୟରତ ଥିବା କମାଣ୍ଡେଣ୍ଟଙ୍କୁ ମୁଖ୍ୟ ଭାବେ ଗ୍ରହଣ କରିଥାନ୍ତି । ଅନ୍ୟ ସମାଜର କମାଣ୍ଡେଣ୍ଟ ହେଲେ ମଧ୍ୟ ଜାତିଧର୍ମଠାରୁ ଉପରକୁ ଉଠି ନେପାଳୀମାନେ କମାଣ୍ଡେଣ୍ଟଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି ।

ତେବେ ଓଡିଶାର ଝାରସୁଗୁଡାରେ ରହୁଥିବା ନେପାଳ ଦେଶର ଗୁରଖାମାନଙ୍କ ନେପାଳୀ ରୀତିନୀତିରେ ନବରାତ୍ରୀ ପୂଜାର୍ଚ୍ଚନା ରାଜ୍ୟ ପାଇଁ ଏକ ଭିନ୍ନପରିଚୟ ସୃଷ୍ଟି କରିପାରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଶାରଦୀୟ ନରବାତ୍ରି ଆରମ୍ଭ ହୋଇଯାଇଛି । ଝାରସୁଗୁଡ଼ା ର ବିଭିନ୍ନ ଦେବୀ ପୀଠ ଗୁଡିକରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି । ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀରେ ମା’ଙ୍କୁ ପୂଜାର୍ଚ୍ଚନା ଓ ଆରାଧନା କଲେ ବହୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ହେଲେ ଝାରସୁଗୁଡ଼ା ରେ ଥିବା ସେକେଣ୍ଡ ବାଟାଲିୟନରେ ଭୁବନେଶ୍ୱରରି ଦୁର୍ଗା ମନ୍ଦିରରେ ନବରାତ୍ରୀ ଆରମ୍ଭ ହୋଇଛି । ଏହି ଭୁବନେଶ୍ବରି ମନ୍ଦିରଟି ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନ ର କର୍ମଚାରୀ ମାନେ ଏଠାରେ ନିଜେ ମାଁଙ୍କ ମନ୍ଦିର ନେପାଳ ଦେଶର ସଂସ୍କୃତି ପରମ୍ପରା ଅନୁସାରେ ଭୁବନେଶ୍ୱରି ଦୁର୍ଗା ମନ୍ଦିର ତିଆରି କରି ଏଠାରେ ମାଙ୍କ ପୁଜା ଅର୍ଚ୍ଚନା କରିଥାନ୍ତି । ଝାରସୁଗୁଡାରେ ଥିବା ସେକେଣ୍ଡ ବାଟାଲିୟନ ର କର୍ମଚାରୀମାନେ ସମସ୍ତେ ନେପାଳର ଦେଶର ନେପାଳି ଏହି ବାଟାଲିୟନକୁ ଅଧିକାଂଶ ଲୋକେ ଗୁରଖା ପୋଲିସ ଭାବରେ ଜାଣନ୍ତି ।
ନେପାଳ ଗୁରଖା ମନଙ୍କ ମା’ ଦୁର୍ଗା ନବରାତ୍ରୀ ଦଶହରା ମହୋତ୍ସବର ମୁଖ୍ୟ ପର୍ବ । ଏହି ପୂଜାର ପୂଜାର୍ଚ୍ଚନା କରିବାପାଇଁ ସ୍ୱତନ୍ତ୍ର ଜଣେ ପୂଜକ ରହିଛନ୍ତି ଓ ପୂଜକ ପୂଜା କରିବା ସହ ସେ ମଧ୍ୟ ଜଣେ ବେଟେଲିୟନ ପୋଲିସ କର୍ମଚାରୀ । ମାଙ୍କ ପୂଜାର୍ଚ୍ଚନା ପାଇଁ ନେପାଳି ମାନଙ୍କର ସ୍ବତନ୍ତ୍ର ରତିକାନ୍ତ ଥିବାବେଳେ ଏମନେ ସମସ୍ତ ନିୟମ ଅନୁଯାୟୀ ପୂଜା କରିଥାନ୍ତି । ନେପାଳି ମନେ ନବରାତ୍ର ର ପ୍ରଥମ ଦିନରୁ ଏହିପୂଜାରେ ପାଞ୍ଚପ୍ରକାର ବିହନ କୁ ସ୍ୱତନ୍ତ୍ର ସ୍ଥାନରେ ବୁଣିଥାନ୍ତି ଓ ତାହା ଦଶମୀ ଆସିବା ଯାଏ ତାହା ବଡ଼ ହେବାପରେ ନବରାତ୍ର ସରିବାପରେ ସମସ୍ତେ ସେହି ଗଛରୁକୁ ଭାଗ କରି ଘରକୁ ନେଇ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରିଥାନ୍ତି ଓ ଏହା ସହିତ ନେପାଳି ମାନଙ୍କ ସ୍ୱତନ୍ତ୍ର ଭୁଜାଲି ମାରଣାସ୍ତ୍ର ହୋଇଥାଏ ସେମାନେ ଏହି ସମୟରେ ତାହାକୁ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି ।
ଝାରସୁଗୁଡା ସେକେଣ୍ଡ ବାଟାଲିୟନ ରେ ରହୁଥିବା ନେପାଳି ଗୋରଖା ପୋଲିସର ମୁଖ୍ୟ ଅଂଶ ହୋଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବେ ପୁଜାର ମହୋଲ ରେ ପରିବାର ଠାରୁ ଦୂରରେ ଥାଇ ଡିଉଟି କରୁଥିବା ବେଳେ ପରିବାରର ମହିଳାମାନେ ଏହି ନବରାତ୍ର ପୂଜା ଓ ଉପବାସ କରିଥାନ୍ତି । ନବରାତ୍ର ଶେଷ ଦିନରେ ନେପାଳି ପରମ୍ପରା ଅନୁଯାୟୀ ମୁଖ୍ୟ ସଦସ୍ୟଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି ହେଲେ ଝାରସୁଗୁଡା ରେ ରହୁଥିବା ନେପାଳି ମନେ ସମସ୍ତେ ମିଶି ପରିବାର ମୂଖ୍ୟ ଭାବରେ ସେକେଣ୍ଡ ବାଟାଲିୟନରେ କାର୍ଯ୍ୟରତ ଥିବା କମାଣ୍ଡେଣ୍ଟଙ୍କୁ ମୁଖ୍ୟ ଭାବେ ଗ୍ରହଣ କରିଥାନ୍ତି ସେମାନେ ଅନ୍ୟସମାଜ କିମ୍ବା ଜାତୀପ୍ରଥାକୁ ବିଶ୍ୱାସନକରି ବାଦ ଦେଇ ପରିବାର ମୁଖ୍ୟ ବୋଲି ଗ୍ରହଣ କରି କମଣ୍ଡେଣ୍ଟଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି ।Body:ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରତର ବିଭିନ୍ନ ରାଜ୍ୟ ଭାଷାଭାସି ସଂକୃତି ଅନୁଯାଇ ନବରାତ୍ର ଓ ଦଶହରା ଧୁମଧାମରେ
ଆୟୋଜକ ହେଉଥିବା ବେଳେ ଝାରସୁଗୁଡାରେ ରହୁଥିବା ନେପାଳ ଦେଶର ଗୁରଖା ମାନଙ୍କ ନେପାଳି ରୀତିନୀତିରେ ନବରାତ୍ର ପୂଜାର୍ଚ୍ଚନା କରି ଓଡିଶା ପାଇଁ ଏକ ଭିନ୍ନପରିଚୟ ସୃଷ୍ଟି କରିପାରିଛି ।
Conclusion:Byte:- ରୁକ୍ମଣୀ ରାନା , ନେପାଳି ମହିଳା
Byte:- ପ୍ରଦୀପ ଡକାଲ , ପୂଜକ
Byte:- ଆଶିଷ ଦୁବେ , କମାଣ୍ଡେଣ୍ଟ , 2nd OSAP , ଝାରସୁଗୁଡା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.