ETV Bharat / state

Naba Das Murder Case: ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହେଲା ଗୋପାଳ, ୮ରେ ଶୁଣାଣି

author img

By

Published : Jul 26, 2023, 10:38 PM IST

ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହେଲା ଗୋପାଳ
ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହେଲା ଗୋପାଳ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଜିଲ୍ଲା JMFC ଅଦାଲତରେ ହାଜର ହୋଇଥିଲା ଅଭିଯୁକ୍ତ ଗୋପାଳ ଦାସ । ତେବେ ଏହି ମାମାଲାର ଶୁଣାଣି କରିବା ପାଇଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି କୋର୍ଟ । ଆସନ୍ତା ୮ ତାରିଖରେ ଆରମ୍ଭ ହେବ ଶୁଣାଣି ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହେଲା ଗୋପାଳ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଜିଲ୍ଲା JMFC ଅଦାଲତରେ ହାଜର ହୋଇଥିଲା ଅଭିଯୁକ୍ତ ଗୋପାଳ ଦାସ । ଏହି ହାଇପ୍ରୋଫାଇଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ବୁଧବାର ଝାରସୁଗୁଡା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହଜାର କରାଯାଇଥିଲା । ତେବେ ଏଠାରେ ଜିଲ୍ଲା ଦୌରାଜଜ୍‌ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ମାମାଲାକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ଶୁଣାଣି ପାଇଁ ଦାୟିତ୍ବ ଦେଇଛନ୍ତି । ଏଥିପାଇଁ ଆସନ୍ତା ୮ ତାରିଖ ଦିନ ଗୋପାଳ ଦାସକୁ ପୁଣିଥରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ହଜାର କରାଯିବ । ୮ ତାରିଖ ଦିନ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସରକାରୀ ଓକିଲ ନରେଶ ନାୟକ ।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀଙ୍କୁ ଏଭଳି ଗୁଳି କରି ହତ୍ୟା କରିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ରାଜ୍ୟ ସରକାର ତୁରନ୍ତ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ତେବେ ଗୋପାଳର ବିଭିନ୍ନ ପରୀକ୍ଷା ନିରୀକ୍ଷା ସହ ତାକୁ ଏକାଧିକ ଥର ରିମାଣ୍ଡରେ ନେଇ ପଚରାଉଚରା କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଏହି ସମୟରେ ପୂର୍ବ ଶତୃତାରୁ ଗୋପାଳ ଗୁଳି କରି ନବ ଦାସଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା । ଏହାପରେ ତଦନ୍ତ ପ୍ରକ୍ରିୟା ସାରି କ୍ରାଇମବ୍ରାଞ୍ଚ୍‌ ଝାରସୁଗୁଡା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ଏହାପରେ ସେତେବେଳେ ଗୋପାଳ ଦାସକୁ ପ୍ରଥମ କରି JMFC କୋର୍ଟରେ ହାଜର କରାଯାଇଥିଲା । ବୁଧବାର ଗୋପାଳକୁ ପୁନର୍ବାର JMFC କୋର୍ଟରେ ହାଜର କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ନବ ଦାସ ହତ୍ୟାକାଣ୍ଡ: ବିଧାନସଭାରେ ଉଠାଇବୁ କହିଲେ ବିରୋଧୀ, ବିଜେଡି କହିଲା ବିରୋଧୀଙ୍କ ପାଖରେ କିଛି କାମ ନାହିଁ

ଏନେଇ ଷ୍ଟେଟ୍‌ ଡିଫେନ୍ସ କାଉନସିଲ୍‌ ନରେଶ ନାୟକଙ୍କ ସୂଚନା ଅନୁସାରେ ଆସନ୍ତା ୮ ତାରିଖ ଦିନ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜିଲ୍ଲା ଦୌରାଜଜ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ହଜାର କରାଯିବ । ତେବେ ଗୋପାଳକୁ କଡା ସୁରକ୍ଷା ବଳୟରେ କଟକ ଚୌଦ୍ବାରରୁ ଝାରସୁଗୁଡାକୁ ଆଣି କୋର୍ଟରେ ହଜାର କରାଯିବା ପରେ ପୁଣିଥରେ ତାକୁ ଚୌଦ୍ବାର ଜେଲକୁ ନିଆଯାଇଥିଲା । ପ୍ରକାଶଯୋଗ୍ୟ, ଗୋପାଳ ଦାସକୁ ପ୍ରଥମେ ଝାରସୁଗୁଡ଼ା ଜେଲ୍‌ରେ ରଖାଯାଇଥିଲା । ହେଲେ ସେଠାରେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲା । ଏହାପରଠୁ ଗୋପାଳକୁ କଟକ ଚୌଦ୍ବାର ଜେଲ୍‌ରେ ରଖାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.