ETV Bharat / state

Naba Das Murder Case: ରାତି ଅଧିଆ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଖୋଳିଲା କ୍ରାଇମବ୍ରାଞ୍ଚ

author img

By

Published : Feb 2, 2023, 8:56 AM IST

Updated : Feb 2, 2023, 4:23 PM IST

Naba Das Muder Case
Naba Das Muder Case

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା । ରାତି ଅଧିଆ ଝାରସୁଗୁଡା ବିମାନ ବନ୍ଦର ଥାନାରେ ପହଞ୍ଚି ପାଇଖାନା ଟାଙ୍କି ଖୋଳିଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Naba Das Murder Case

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତନଘନା କରୁଛି କ୍ରାଇମବ୍ରାଞ୍ଚ । କାହିଁକି ଗୋପାଳ ଦାସ ମନ୍ତ୍ରୀଙ୍କୁ ଗୁଳି କଲା ତାହା ପଛର ରହସ୍ୟ ଖୋଲିବାକୁ ଟିମ୍ ତଦନ୍ତ ଚଳାଇଛି । ଏନେଇ ଗତକାଲି (ବୁଧବାର) ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡା ବିମାନ ବନ୍ଦର ଥାନାରେ ପହଞ୍ଚି ଖୋଳଡାଡ଼ କରିଛି । କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଟିମ୍ ହତ୍ୟାକାଣ୍ଡ ପଛର କିଛି ସୁରାଗ ସନ୍ଧାନରେ ରାତି ଅଧିଆ ଥାନା ପରିସରରେ ଥିବା ଏକ ପାଇଖାନା ଟ୍ୟାଙ୍କିକୁ ଖୋଳିଛି । ଏଠାରେ ଟିମ୍ ଗୋପାଳ ଲେଖିଥିବା ହାତ ଲେଖା ଚିଠି ଖୋଜୁଥିବା କୁହାଯାଇଛି । ସେହିପରି କିଛି ଗୁରୁତ୍ୱପୂର୍ଣ ତଥ୍ୟ ସନ୍ଧାନରେ ବିମାନ ବନ୍ଦର ଥାନାରେ ପୁଣି ଆଜି ମଧ୍ୟ ଖୋଳା ଚାଲିଛି ସ୍ଵରାଜ ଟ୍ୟାଙ୍କ। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚର ଡିଏସପି ଆର.କେ. ଡୋରା ଓ ଅନ୍ୟ ଅଧିକାରୀଙ୍କ ସମେତ ଝାରସୁଗୁଡା ଏସ.ପି ମଧ୍ୟ ରହିଛନ୍ତି ।

ସୂଚନା ମୁତାବକ, ଗତକାଲି ଅଭିଯୁକ୍ତ ଗୋପାଳ ଦାସଙ୍କୁ OSAP ଦ୍ଵିତୀୟ ବାଟାଲିୟନ ଠାରେ ଜେରା କରାଯିବା ପରେ ହାତଲେଖା ଚିଠି ସମ୍ପର୍କରେ କୌଣସି ସୁରାଗ ମିଳିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ସେହି ଚିଠି ଖୋଜିବା ପାଇଁ ରାତି ଅଧିଆ ଝାରସୁଗୁଡା ବିମାନ ବନ୍ଦର ଥାନାରେ ପହଞ୍ଚି ପାଇଖାନା ଟାଙ୍କି ଖୋଳିଛି । ତେଣୁ ଏହି ଟାଙ୍କିରେ ହତ୍ୟା ରହସ୍ୟ ଲୁଚିଥିବା ଏବେ ଚର୍ଚ୍ଚା ହେଉଛି । ଏଥିସହ ଅନ୍ୟପଟେ ଗତକାଲି ଗୋପାଳକୁ ଦାସଙ୍କୁ ଜେରା ସମୟରେ କ୍ରାଇମବ୍ରାଞ୍ଚ ଦଳ ବଡ ସୁରାଗ ଖୋଜୁଥିବା ନେଇ ସୂଚନା ଦେଇଥିଲା।

ଏହାମଧ୍ୟ ପଢନ୍ତୁ: ନବ ଦାସ ହତ୍ୟା ଘଟଣାର ତଦନ୍ତ ସ୍ୱତନ୍ତ୍ର ଏଜେନ୍ସି କରୁ: କନକ ବର୍ଦ୍ଧନ ସିଂହ ଦେଓ

ଅନ୍ୟପଟେ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪ ଦିନ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ଏହି ହତ୍ୟା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ । କାହିଁକି ଏଏସଆଇ ଗୋପାଳ ଦାସ ତାଙ୍କୁ ହତ୍ୟା କଲେ ସେନେଇ ଖୋଳତାଡ଼ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଦାସଙ୍କ ଆଙ୍କୁଲି ବାସଭବନରେ ପହଞ୍ଚି ତଦନ୍ତ କରିଥିଲା । ଜଳେଶ୍ବରପୁର ସ୍ଥିତ ପୈତୃକ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ପଚାରାଉଚରା କରିବା ପରେ ଗୋପାଳ ଦାସଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା ।

ଏହାମଧ୍ୟ ପଢନ୍ତୁ: ଗୋପାଳ ଆଙ୍କୁଲି ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍, ଅଭିଯୁକ୍ତକୁ 4 ଦିନିଆ ରିମାଣ୍ଡ

ସେହିପରି ଅଭିଯୁକ୍ତ ଗୋପାଳ ଦାସଙ୍କ ମଧ୍ୟ ୪ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି । ମନ୍ତ୍ରୀ ବ୍ୟବହାର କରିଥିବା ଗାଡିକୁ ସାଇଣ୍ଟିଫିକ ଟିମ ଦ୍ୱାରା ଯାଞ୍ଚ କରାଯାଇଛି । ଏହାସହିତ ଗୋପାଳର ମେଡିକାଲ ଚିକିତ୍ସା ସମ୍ବନ୍ଧୀୟକୁ ଯାଞ୍ଚ କରାଯିବ ସହ ଅର୍ଥ କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।

ଇଟିଭି ଭାରତ, ଝାରସୁଗୁଡା

Last Updated :Feb 2, 2023, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.