ETV Bharat / state

ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

author img

By

Published : Sep 17, 2022, 11:32 AM IST

ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ, ସ୍ଥିତି ଅଣାୟତ
ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ, ସ୍ଥିତି ଅଣାୟତ

ଝାରସୁଗୁଡାରେ ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ । କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ଅବରୋଧ । ଏହି ରାସ୍ତାରେ ଭାରିଜାନ ଚଳାଚଳ ବନ୍ଦ କରିବା ସହିତ ରାସ୍ତାର ପ୍ରଶସ୍ତିକରଣ କରିବାକୁ ଦାବି । ଅଧିକ ପଢ଼ନ୍ତୁ

ଝାରସୁଗୁଡା: ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସମ୍ମୁଖରେ ଏକ ହାଇଡ୍ରା ମେସିନ ଧକ୍କା ଦେବାରୁ ଯୁକ୍ତ ୨ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଥିଲେ । ତେବେ ସେହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବାରୁ ବରିଷ୍ଠ ପୋଲିସ ଅଧିକାରୀ ଓ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ।

ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସମ୍ମୁଖରେ ଯାଉଥିବା ସମୟରେ ଯୁକ୍ତ ୨ କଲେଜ ଛାତ୍ରୀ ଲିଜା ଧୁରିଆଙ୍କୁ ଏକ ବଡ଼ ହାଇଡ୍ରା ମେସିନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଲିଜାଙ୍କର ମୃତ୍ୟୁ ଘଟିଛି । ମୃତ ଲିଜା ଧୁରିଆ ଜମିଦାରପଡାର ବୋଲି ଜଣାପଡ଼ିଛି । ତେବେ ଏଭଳି ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ । ଉତ୍ତେଜନା ମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚିଥିଲେ ।

ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ, ସ୍ଥିତି ଅଣାୟତ

ବିଗତ କିଛି ବର୍ଷ ମଧ୍ୟରେ ବାରମ୍ବାର ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି । ଦୁର୍ଘଟଣା ପରେ ରାସ୍ତାରୋକ ମଧ୍ୟ ହେଉଛି । ତେବେ ସ୍ଥାନୀୟ ଜନସାଧାରଣ ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିବା ପାଇଁ ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ପ୍ରଶାସନର ଏନେଇ କୌଣସି ପ୍ରକାର ନଜର ନାହିଁ । ତେବେ ବର୍ତ୍ତମାନ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ତୀବ୍ର ଆନ୍ଦୋଳନ କରିଥିଲେ । ଛାତ୍ରୀଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି । ଏହା ସହିତ ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିବାକୁ ମଧ୍ୟ ଦାବି ହୋଇଛି । ଏହି ରାସ୍ତାର ପ୍ରଶସ୍ତିକରଣର ମଧ୍ୟ ଆବଶ୍ୟକତା ରହିଛି । ତେବେ ଏହି ସବୁ ଦାବି ପୂରଣ ନହେଲେ ଆନ୍ଦୋଳନ ଭୟଙ୍କର ହେବ ବୋଲି କହିଛନ୍ତି ଅଞ୍ଚଳର ଜନସାଧାରଣ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.