ETV Bharat / state

ଉପନିର୍ବାଚନ ପୂର୍ବରୁ ସଜବାଜ, କିଷାନ ସମାଜର ମହିଳାଙ୍କ ସହ ନାଚିଲେ ଦୀପାଳି

author img

By

Published : Mar 19, 2023, 6:31 PM IST

ଉପନିର୍ବାଚନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି । ରବିବାର ଜନ ସମାବେଶରେ ଯୋଗ ଦେଇ କିଷାନ ମହିଳାଙ୍କ ସହ ନାଚିଛନ୍ତି ଦୀପାଳି । ଅଧିକ ପଢନ୍ତୁ

Deepali Das
Deepali Das

କିଷାନ ସମାଜର ମହିଳାଙ୍କ ସହ ନାଚିଲେ ଦୀପାଳି

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗଡ଼ା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନକୁ ନେଇ ହେଉଛି ଚର୍ଚ୍ଚା । ଆଉ ଏହି ଆଲୋଚନା ପର୍ଯ୍ୟାଲୋଚନା ଭିତରେ, ନିଜନିଜ କସରତ ଆରମ୍ଭ କରିଦେଲେଣି ଉଭୟ ବିଜେଡି ଓ ବିଜେପି । ଏପଟେ ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନତାଙ୍କ ମଧ୍ୟରେ ପହଞ୍ଚୁଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସ । ରବିବାର ଜିଲ୍ଲାର ଲଇକେରା ବ୍ଲକରେ କିଷାନ ସମାଜର ବିଶାଳ ଜନ ସମାବେଶରେ ଯୋଗଦେଇ ମହିଳାମାନଙ୍କ ସହିତ ପାରମ୍ପରିକ ନୃତ୍ୟ କରିଛନ୍ତି ଦୀପାଳି ।

ଉପନିର୍ବାଚନର ତାରିଖ ଘୋଷଣା ହେବା ପୂର୍ବରୁ ଏବେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଦେଖାଗଲାଣି ନିର୍ବାଚନୀ ମାହୋଲ । ନବ ଦାସଙ୍କ ଝିଅ ଦୀପାଳି ଦାସ, ଲଇକେରା ବ୍ଲକର ଭାତଲଇଡ଼ାଠାରେ ଜନ ସମାବେଶରେ ଯୋଗଦେବା ସହ ୫୫୦ କିଷାନ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସଭାରେ ଦୀପାଳିଙ୍କ ସାଥୀରେ ଥିଲେ ତାଙ୍କ ଭାଇ ବିଶାଳ ଦାସ । ବାପା ଗଲାପରେ ସେ ଏବଂ ତାଙ୍କ ଭଉଣୀ ସବୁବେଳେ ଲୋକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ନବ ଦାସଙ୍କ ପୁଅ । ସେହିପରି ବିରୋଧୀ ଯାହା କହୁଛନ୍ତି ତାହା ସେ କୁହନ୍ତୁ, ଆମେ ଆମ ଲୋକଙ୍କ ସାଥିରେ ଅଛୁ ବୋଲି କହିଛନ୍ତି ଦୀପାଳି ।

ଏହା ବି ପଢନ୍ତୁ- ବାପାଙ୍କ ସ୍ବପ୍ନ ପୁରା କରିବି: ଦୀପାଳି ଦାସ

ଅନ୍ୟପକ୍ଷରେ ଆୟୋଜିତ କିଷାନ ସମାଜର ଏହି କାର୍ଯ୍ୟକ୍ରମରେ କିଷାନ ସମାଜର ପାରମ୍ପରିକ ନୃତ୍ୟରେ ମଧ୍ୟ ସାମିଲ ହୋଇ ଅଣ୍ଟାରେ ହାତ ଦେଇ ପାରମ୍ପରିକ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ସେହିପରି ବିଜେପିର ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ, ବିଜେପି ବରିଷ୍ଠ ନେତା ଦିନେଶ ଜୈନ ମଧ୍ୟ ଟିକେଟ ପାଇବା ପାଇଁ କସରତ କରୁଥିବା ଦେଖିବାକୁ ମିଳିଛି । କିଷାନ ସମାଜର ମହିଳାଙ୍କ ସହ ଆଦିବାସୀ କିଷାନ ନୃତ୍ୟ କରିଛନ୍ତି ଦୀପାଳି । ଜିଲ୍ଲା ସ୍ତରୀୟ ସମାବେଶରେ ଭାଇ ବିଶାଳ ଦାସ ଏବଂ ନବ ଦାସଙ୍କ ପୁତୁରା ମଧ୍ୟ ଉପସ୍ଥିତ ରହିଥିଲେ ।

ଜିଲ୍ଲାସ୍ତରୀୟ ଏହି ସମାବେଶରେ ଦୀପାଳି ଏବଂ ବିଶାଳ ଦାସ ଯୋଗ ଦେଇ ସବୁବେଳେ ସେମାନେ କିଷାନ ସମାଜ ସହ ଅଛନ୍ତି । ବାପା ନବ ଦାସ ଯେପରି ସବୁବେଳେ କିଷାନ ସମାଜର ଉନ୍ନତି ପାଇଁ କାମ କରୁଥିଲେ, ସେହିପରି ନବ ଦାସଙ୍କ ପରିବାର ଲୋକେ କିଷାନ ସମାଜ ସହ ଅଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ କିଷାନ ସମଜ ପକ୍ଷରୁ ବିଶାଳ ଦାସ ଓ ଦୀପାଳି ଦାସ ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ଅଛି ବୋଲି କିଷାନ ସମାଜ ପକ୍ଷରୁ କୁହାଯାଇଛି । ତେବେ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯାହାକୁ ଟିକେଟ ଦେବେ ଲୋକେ ଯାହାକୁ ଚାହିଁବେ । ତାକୁ ସମର୍ଥନ କରିବୁ ବୋଲି ଉଭୟ ଭାଇ ଭଉଣୀ ଦୀପାଳୀ ଓ ବିଶାଳ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.