ETV Bharat / state

ଝାରସୁଗୁଡା ବ୍ୟାଟେଲ, ବିଜେଡି ଗଡ ଜଗିବେ 5 ମନ୍ତ୍ରୀଙ୍କ ସମେତ 12 ନେତା

author img

By

Published : Apr 7, 2023, 5:16 PM IST

ଝାରସୁଗୁଡା ବ୍ୟାଟେଲ, ବିଜେଡି ଗଡ ଜଗିବେ 5 ମନ୍ତ୍ରୀଙ୍କ ସମେତ 12 ନେତା
ଝାରସୁଗୁଡା ବ୍ୟାଟେଲ, ବିଜେଡି ଗଡ ଜଗିବେ 5 ମନ୍ତ୍ରୀଙ୍କ ସମେତ 12 ନେତା

ଝାରସୁଗୁଡା ଲଢେଇ ଲାଗି ବିଜେଡି ଅଗୁଆ ଜାରି କରିଛି ଯୋଦ୍ଧା । ପରେ ଦଳ ପକ୍ଷରୁ ଜାରି ହୋଇଛି 3 ସେନାପତି । ଆଉ ଆଜି ଘୋଷଣା ହୋଇଛି 12 ଜଣିଆ ସାରଥୀ ଦଳ । ସେମାନଙ୍କ ମଧ୍ୟରେ ରହିଛନ୍ତି 5 ମନ୍ତ୍ରୀ । ଝାରସୁଗୁଡା ବିଧାନସଭା କ୍ଷେତ୍ରରେ ଥିବା ପ୍ରତ୍ୟେକ ବ୍ଲକ ଓ ମ୍ୟୁନସିପାଲିଟି ଜଗିବେ ନେତା । କିର୍ମୀରା ବ୍ଲକ ଦାୟିତ୍ୱରେ ଅଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ଦଖଲ କରିବା ଲାଗି ବିଜେଡି ଜାରି କରିଛି ବ୍ଲକ ଓ ମ୍ୟୁନସିପାଲିଟି ପର୍ଯ୍ୟବେକ୍ଷକ । ଝାରସୁଗୁଡାରେ ବ୍ଲକ ଓ ମ୍ୟୁନସିପାଲିଟି ଗଡ଼ ଜଗିବେ 5 ମନ୍ତ୍ରୀଙ୍କ ସମେତ 12 ଟାଣୁଆ ନେତା । ବିଜେଡି ସୁପ୍ରିମୋଙ୍କ ଅନୁମୋଦନ ପରେ ଆଜି ଏନେଇ ଘୋଷଣା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଝାରସୁଗୁଡା ବ୍ୟାଟେଲ, ବିଜେଡି ଗଡ ଜଗିବେ 5 ମନ୍ତ୍ରୀଙ୍କ ସମେତ 12 ନେତା
ଝାରସୁଗୁଡା ବ୍ୟାଟେଲ, ବିଜେଡି ଗଡ ଜଗିବେ 5 ମନ୍ତ୍ରୀଙ୍କ ସମେତ 12 ନେତା

ଝାରସୁଗୁଡା ଲଢେଇ ଲାଗି ବିଜେଡି ଅଗୁଆ ଜାରି କରିଛି ଯୋଦ୍ଧା । ପରେ ଦଳ ପକ୍ଷରୁ ଜାରି ହୋଇଛି 3 ସେନାପତି । ଆଉ ଆଜି ଘୋଷଣା ହୋଇଛି 12 ଜଣିଆ ସାରଥୀ ଦଳ । ସେମାନଙ୍କ ମଧ୍ୟରେ ରହିଛନ୍ତି 5 ମନ୍ତ୍ରୀ । ଝାରସୁଗୁଡା ବିଧାନସଭା କ୍ଷେତ୍ରରେ ଥିବା ପ୍ରତ୍ୟେକ ବ୍ଲକ ଓ ମ୍ୟୁନସିପାଲିଟି ଜଗିବେ ନେତା । କିର୍ମୀରା ବ୍ଲକ ଦାୟିତ୍ୱରେ ଅଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । କୋଲାବୀରା ବ୍ଲକ ଦାୟିତ୍ୱରେ ଓଡିଶା କ୍ୟାବିନେଟର ନମ୍ବର 2 ନିରଞ୍ଜନ ପୂଜାରୀ ଓ ସରକାରୀ ଦଳର ଉପ ମୁଖ୍ୟ ସଚେତକ ସରୋଜ ମେହେର ।

ସେହିପରି ଝାରସୁଗୁଡା ବ୍ଲକ ଦାୟିତ୍ୱରେ ରହିବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପଦ୍ମନାଭ ବେହେରା ଓ ଡ଼. ଅରୁଣ କୁମାର ସାହୁ । ସେହିପରି ଲାଇକେରା ବ୍ଲକରେ ଦଳର ନେତୃତ୍ୱ ନେବେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ କଳାହାଣ୍ଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଅନ୍ୟପକ୍ଷରେ ଝାରସୁଗୁଡା ମ୍ୟୁନସିପାଲିଟି ଦାୟିତ୍ୱରେ ରହିବେ 4 ନେତା । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ରୀତା ସାହୁ ମ୍ୟୁନସିପାଲିଟି ଦାୟିତ୍ୱରେ ରହିବେ ।

ନିଯୁକ୍ତ ନେତା ନିଜ ନିଜ ଅଞ୍ଚଳ ଲାଗି ରଣନୀତି ପ୍ରସ୍ତୁତ କରିବେ । ପ୍ରଚାର ରଣନୀତି ସହ ବିରୋଧୀଙ୍କୁ ଚକମା ଦେବାକୁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ । ଦଳର ଶକ୍ତି ବୃଦ୍ଧି ଲାଗି ମିଶ୍ରଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବେ । ଏହା ସହିତ କେଉଁ ସମୟରେ କେଉଁ ଷ୍ଟାର ପ୍ରଚାରକ ପ୍ରଚାର କରିବେ, ତାହା ମଧ୍ୟ ସେମାନେ ନିର୍ଘଣ୍ଟ କରିବେ । ପୂର୍ବରୁ ଦଳ ଝାରସୁଗୁଡା ଉପନିର୍ବାଚନ ଲାଗି ଘୋଷଣା କରିଛି 3 ଜଣିଆ ପର୍ଯ୍ୟବେକ୍ଷକ ତାଲିକା । ବିଜେଡିର ବିଜୟ ରଣନୀତି ପ୍ରସ୍ତୁତ କରିବେ ତ୍ରିମୂର୍ତୀ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ପ୍ରସାଦ ନାୟକ । ଆଗାମୀ ଦିନରେ ଦଳ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.