ETV Bharat / state

ଆଇପିଏଲ ଫାଇନାଲରେ ଅନଲାଇନ ବେଟିଂ, ଜଣେ ଗିରଫ

author img

By

Published : Nov 11, 2020, 2:16 PM IST

ଆଇପିଏଲ ଫାଇନାଲରେ ଅନଲାଇନ ବେଟିଂ
ଆଇପିଏଲ ଫାଇନାଲରେ ଅନଲାଇନ ବେଟିଂ

ଆଇପିଏଲ ଫାଇନାଲ ମ୍ୟାଚ ବେଳେ ଅନଲାଇନ ବେଟିଂ । ଝାରସୁଗୁଡା ତେଲିଭଟ୍ଟ ଅଞ୍ଚଳରୁ ମହମ୍ମଦ ଜାହାଙ୍ଗିର ହୁସେନ ଗିରଫ କରିଛି ପୋଲିସ ।ଅଧିକ ପଢନ୍ତୁ...

ଝାରସୁଗୁଡା: ମଙ୍ଗଳବାର ଦୁବାଇରେ ଆଇପିଏଲ ଫାଇନାଲ ମ୍ୟାଚ ବେଳେ ଝାରସୁଗୁଡାରେ ଚାଲିଥିଲା ଅନଲାଇନ ବେଟିଂ । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ଟକ୍କରେ କିଏ ଜିତିବ ଆଉ କିଏ ହାରିବ, ତାକୁ ନେଇ ଲାଗୁଥିଲା ଲକ୍ଷଲକ୍ଷ ଟଙ୍କାର ବାଜି । ଖବର ପାଇ ଝାରସୁଗୁଡା ପୋଲିସ ଚଢାଉ କରି ଜଣକୁ ଗିରଫ କରିଛି । ତେଲିଭଟ୍ଟ ଅଞ୍ଚଳରୁ ମହମ୍ମଦ ଜାହାଙ୍ଗିର ହୁସେନ ଗିରଫ କରିଛି ପୋଲିସ ।

ଆଇପିଏଲ ଫାଇନାଲରେ ଅନଲାଇନ ବେଟିଂ
ଆଇପିଏଲ ଫାଇନାଲରେ ଅନଲାଇନ ବେଟିଂ

ଗିରଫ ଅଭିଯୁକ୍ତ ଠାରୁ ନଗଦ ୨୭ ଏକ ହଜାର ୨ଶହ ୫୦ଟଙ୍କା ,2ଟି ମୋବାଇଲ ,ଗୋଟିଏ ଏଟିଏମ କାର୍ଡ , ପାସ୍‌ବୁକ , ନୋଟବୁକ ସମେତ ପଏଣ୍ଟ ଚାର୍ଟ ଜବତ କରିଛି । ଆଇପିଏଲ ବେଟିଂ କୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଝାରସୁଗୁଡା ଜିଲ୍ଲା ପୋଲିସ ଏଭଳି ଗ୍ୟାଙ୍ଗକୁ ଠାବ୍ କରିବାକୁ ଜାଲ ବିଛେଇଥିଲା । ପୂର୍ବରୁ ବେଲପାହାଡ ପୋଲିସ ଗତ ୬ ତାରିଖ ଛତିଶଗଡର ଏକ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.