ETV Bharat / state

ଟାଇକୋଣ୍ଡ ଚମ୍ପିଆନ ଦଳକୁ ସମ୍ମାନିତ କଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Aug 24, 2022, 2:04 PM IST

ଟାଇକୋଣ୍ଡ ଚମ୍ପିୟାନ ଦଳକୁ ସମ୍ମାନିତ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଟାଇକୋଣ୍ଡ ଚମ୍ପିୟାନ ଦଳକୁ ସମ୍ମାନିତ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଟାଇକୋଣ୍ଡ ଓ କରାଟେ ପ୍ରତିଯୋଗିତାରେ ଝାରସୁଗୁଡା ଜିଲ୍ଲା ଦଳଗତ ଚମ୍ପିଆନ ହୋଇଛି । ଆସୋସିଏସନ ତରଫରୁ ସମସ୍ତ ୫୮ଜଣ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଟାଇକୋଣ୍ଡ ଚମ୍ପିଆନ ଦଳକୁ ସମ୍ମାନିତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଝାରସୁଗୁଡା: ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ଚମ୍ପିଆନସିପ ଶେଷ ହୋଇଛି । ଟାଇକୋଣ୍ଡ ଓ କରାଟେ ପ୍ରତିଯୋଗିତାରେ ଝାରସୁଗୁଡା ଜିଲ୍ଲା ଦଳଗତ ଚମ୍ପିଆନ ହୋଇଛି । ଆସୋସିଏସନ ତରଫରୁ ସମସ୍ତ ୫୮ଜଣ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମସ୍ତ ଖେଳାଳି ତଥା ଦଳର କୋଚଙ୍କୁ ସମ୍ମାନିତ କରିଛନ୍ତି ।

ଟାଇକୋଣ୍ଡ ଚମ୍ପିୟାନ ଦଳକୁ ସମ୍ମାନିତ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଟାଇକୋଣ୍ଡୋ ବିଜୟୀ ଖେଳାଳିଙ୍କ ଭବିଷ୍ୟତର ଦାୟିତ୍ବ ଝାରସୁଗୁଡ଼ା ନେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଝାରସୁଗୁଡ଼ା ବିଧାୟକ ତଥା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣମନ୍ତ୍ରୀ ନବ ଦାସ ଜିଲ୍ଲାକୁ ଖେଳ ବିଭାଗରେ ଆଗେଇ ନେବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଜିଲ୍ଲାରେ ଅନେକ ଷ୍ଟାଡିୟମ ନିର୍ମାଣ କରାଉଛନ୍ତି । ହକି, କ୍ରିକେଟ, ଫୁଟବଲ, ଆଥଲେଟିକ ଆଦି ଖେଳକୁ ଗୁରୁତ୍ବ ଦେଇଥିବା ବେଳେ ବର୍ତ୍ତମାନ ଟାଇକୋଣ୍ଡା ଓ କରାଟେକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଏହି ପ୍ରତିଯୋଗିତାରେ ୫୮ଜଣ ଖେଳାଳି ବିଜୟୀ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆଗାମୀ ଦିନରେ ଖେଳରେ ଉନ୍ନତି ଆଣିବା ପାଇଁ ସ୍ବତନ୍ତ୍ର ପ୍ରୟାସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, '' ଓଡିଶାରେ ନାଁ କରିଛି ଝାରସୁଗୁଡା ଜିଲ୍ଲା । ୫୮ଟି ମେଡାଲ ଜିତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ପିଲାଏ । ଏମାନଙ୍କୁ ସ୍ନେହ ଆଶୀର୍ବାଦ ଓ ସମ୍ମାନିତ କରିବା ଆମ ଝାରସୁଗୁଡାବାସୀଙ୍କ କର୍ତ୍ତବ୍ୟ ।''

ଏହା ବି ପଢନ୍ତୁ...Tomato flu Advisory: ଟମାଟୋ ଫ୍ଲୁରେ ନାହିଁ Monkeypox, SARS CoV2 ଲକ୍ଷଣ

ସେ ଆହୁରି କହିଛନ୍ତି, ସମୟ ଆସିବ ଭାରତବର୍ଷରେ ଝାରସୁଗୁଡାର ନାଁ କରିବ ଏ କୁନିକୁନି ପିଲା। ପିଲାଙ୍କ ଖେଳପ୍ରତି ପ୍ରୋତ୍ସାହନ ପାଇଁ ଆଗାମୀ ଦିନରେ ଯାହା ପଦକ୍ଷେପ ନିଆଯିବ ବିଧାୟକ ହିସାବରେ ସବୁ ଦାୟିତ୍ବ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ନବ କିଶୋର ଦାସ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.