ETV Bharat / state

ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ NIMHANS ନିଆଯାଉ: ଜିଲ୍ଲା ଓ ଦୌରା ଜଜ କୋର୍ଟ

author img

By

Published : Mar 1, 2023, 5:59 PM IST

ନବଦାସ ହତ୍ୟାକାଣ୍ଡ ମାମଲା
naba das murder case

ନବଦାସଙ୍କ ହତ୍ୟାକାରୀ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରା ଜଜ ଅଦାଲତରେ ଶୁଣାଣି ଶେଷ ହୋଇଛି । ଅଧିକ ପଢ଼ନ୍ତୁ

ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ NIMHANS ନିଆଯାଉ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜିଲ୍ଲା ଓ ଦୌରା ଜଜ ଅଦାଲତରେ ଆଜି (ବୁଧବାର) ଶୁଣାଣି ଶେଷ ହୋଇଛି l ଝାରସୁଗୁଡା ଜିଲ୍ଲା ଓ ଦୌରା ଅଦାଲତରେ ଆଜି ଉଭୟ ପକ୍ଷରୁ ଆଇନଜୀବୀମାନେ ନିଜ ନିଜ ପକ୍ଷ ଉପସ୍ଥାପନ କରିଛନ୍ତି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲଥ ଆଣ୍ଡ ନ୍ୟୁରୋଲୋଜିକାଲ ସାଇନ୍ସ (NIMHANS) ନିଆଯାଉ ବୋଲି କୋର୍ଟ ନିଜ ରାୟରେ ଶୁଣାଣି କରିଛନ୍ତି ।

ଗୋପାଳର ମାନସିକ ସ୍ଥିତି NIMANSରେ ଯାଞ୍ଚ ପାଇଁ 3 ସପ୍ତାହ ପାଇଁ ଆବେଦନରେ ଉଲ୍ଲେଖ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ରିମାଣ୍ଡ ଓକିଲ ଏହା ବିରୋଧରେ ଯୁକ୍ତି କରି ଆବେଦନ ଖାରଜ କରିବା ପାଇଁ ଅନୁରୋଧ କରିଥିଲେ । ଶୁଣାଣି ଶେଷ ହେବା ପରେ ଅଦାଲତଙ୍କ ରାୟକୁ ଅପେକ୍ଷା କରାଯାଇଛି। ଏହି ଶୁଣାଣିରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବରିଷ୍ଠ ଆଇନଜୀବୀ ଚି କାନୁନ ଗୋ ଭାଗ ନେଇ ପ୍ରଥମେ ସିଆରପିସି 53 ବିଷୟରେ କୋର୍ଟ ସମ୍ମୁଖରେ ରଖିଥିଲେ । ଯେଉଁଥିରେ ରିମାଣ୍ଡ ଅବଧି ସରିଲା ପରେ ମଧ୍ୟ ମେଡ଼ିକାଲ ଯାଞ୍ଚ ପାଇଁ ବାହାରକୁ ନିଆଯାଇ ପାରିବ ବୋଲି କୋର୍ଟ ସମ୍ମୁଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମତ ରଖାଯାଇଥିଲା । ଅନ୍ୟପଟେ ଗୋପାଳ ପକ୍ଷରୁ ରିମାଣ୍ଡ ଓକିଲ ହରିଶଙ୍କର ଅଗ୍ରୱାଲ ସିଆରପିସି 167 ସନ୍ଦର୍ଭ କରାଯାଇ 15 ଦିନ ପରେ ଆଉ ରିମାଣ୍ଡ ଆବେଦନ କରିପାରିବେ ନାହିଁ ବୋଲି କୁହାଯାଇଥିଲା । ତେବେ ବର୍ତ୍ତମାନ କୋର୍ଟର ରାୟ ସ୍ଥଗିତ ରଖିଛନ୍ତି ।

ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଜିଲ୍ଲା ଦୌରାଜଜଙ୍କ ନିକଟରେ ଗତ 22 ତାରିଖରେ ପ୍ରାର୍ଥନା କରିଥିଲା କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚର ଆବେଦନକୁ ଜିଲ୍ଲା ଦୌରାଜଜ ଗ୍ରହଣ କରିଥିଲେ । ପୂର୍ବରୁ ଜେଏମଏଫସି କୋର୍ଟ ମାନସିକ ସ୍ଥିତିର ଅଧିକ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ ।

ପ୍ରକାଶ ଥାଉକି, ଗୋପାଳ ଦାସ ଓ ତା ପରିବାରକୁ ସୁରକ୍ଷା ପ୍ରସଙ୍ଗରେ ମାମଲାର ଶୁଣାଣି ପାଇଁ ମନା କଲେ ହାଇକୋର୍ଟ। ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଗୋପାଳ ଦାସ ସହ ଆବେଦନକାରୀଙ୍କ କଣ ରହିଛି ସମ୍ପର୍କ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ତେବେ କୋର୍ଟ ଏହି ମାମଲାର ଶୁଣାଣି କରି, ଆବେନକାରୀଙ୍କ ପକ୍ଷରୁ ଦାୟର ମାମଲାଟି ବିଚାର ଯୋଗ୍ୟ ନୁହେଁ ବୋଲି କହିଥିଲେ। ଏଥିସହ ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି ହାଇକୋର୍ଟ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.