ETV Bharat / state

ବନ୍ୟା ବିତ୍ପାତ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

author img

By

Published : Aug 17, 2022, 10:51 PM IST

Updated : Aug 17, 2022, 11:08 PM IST

JHARSUGUDA DISTRICT ADMINISTRATION PREPARE FOR POSSIBLE POSSIBLE FLOOD SITUATION
ବନ୍ୟା ବିତ୍ପାତ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ମହାନଦୀ ଜଳସ୍ତର ବୃଦ୍ଧି ପାଇଥିବାରୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର 4 ଗାଁରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ କୋଇଲିଘୁଘରରେ ମଧ୍ୟ ପାଣି ମାଡ଼ି ଆସିଥିବା ନେଇ ଜଣାପଡିଛି । ଅଧିକ ପଢନ୍ତୁ

ଝାରସୁଗୁଡା: ବର୍ଷା କମିଛି ହେଲେ ଝାରସୁଗୁଡା ଜିଲ୍ଲାରେ ବନ୍ୟାର ଆଶଙ୍କା ରହିଛି । ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ଆସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନଦୀ ଉପକୂଳବର୍ତ୍ତୀ ଅଂଚଳକୁ ମାଡି ଆସୁଛି ବନ୍ୟା ଜଳ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର 4 ଗାଁରେ ଦେଖାଦେଇଛି ବନ୍ୟା ସ୍ଥିତି । ଲଖନପୁର ବ୍ଲକର ସୁଖାସୋଢା, ସେମଲିଆ, ଚିଖିଲି, ମୁହୁଦୀ ଗାଁର ଶହଶହ ଏକର ଚାଷ ଜମି ବୁଡି ଯିବାସହ ଗାଁର ଅତି ନିକଟକୁ ଆସି ସାରିଲାଣି ବନ୍ୟା ଜଳ ।

ବନ୍ୟା ବିତ୍ପାତ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ସେପଟେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କୋଇଲିଘୁଘରରେ ପାଣି ମାଡ଼ି ଆସିଛି । ଯାହା ଫଳରେ ଜଳ ପ୍ରପାତକୁ ଲାଗି ଥିବା ମନ୍ଦିର ବୁଡି ଯାଇଛି । ଫଳରେ ଗ୍ରାମବାସୀମାନେ ଭୟଭୀତ ଥିବା ବେଳେ ଗ୍ରାମ ଗୁଡିକରେ ଅସ୍ଥାୟୀ କ୍ୟାମ୍ପ କରିଛି ପ୍ରଶାସନ l ଏହି କ୍ୟାମ୍ପରେ ପ୍ରଭାବିତ ପରିବାର ରହିଥିବା ସହ ସମସ୍ତ ବନ୍ୟା ପ୍ରଭାବିତଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଛି ପ୍ରଶାସନ l ଅନ୍ୟପଟେ ଲଖନପୁର ବ୍ଲକର ଚାରି ଖଣ୍ଡ ଗାଁରେ ଜଳ ବନ୍ଦୀ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ସ୍କୁଲ ଘରେ ରଖିଯାଇ ସେମାନଙ୍କ ପାଇଁ ଲାଇଟ, ଖାଦ୍ୟ, ଔଷଧ ମହଜୁତ ରଖା ଯାଇଥିବା ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ।

ଇଟିଭି ଭାରତ,ଝାରସୁଗୁଡା

Last Updated :Aug 17, 2022, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.