ETV Bharat / state

Jharsuguda ByPoll: ଶାନ୍ତି ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ ସରିଲା ଉପନିର୍ବାଚନ

author img

By

Published : May 13, 2023, 5:30 PM IST

ିି
ୋିJharsuguda ByPoll

ଶାନ୍ତି ଶୃଙ୍ଖଳାରେ ସରିଲା ଝାରସୁଗୁଡ଼ା ଉପନିର୍ବାଚନ । ବିଧିବଦ୍ଧ ଭାବେ ଉପନିର୍ବାଚନ ଶେଷ ହେବା ପରେ ଏ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ । ଅଧିକ ପଢନ୍ତୁ

ଶାନ୍ତି ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ ସରିଲା ଉପନିର୍ବାଚନ

ଝାରସୁଗୁଡ଼ା: ବିଧିବଦ୍ଧ ଭାବେ ଶେଷ ହେଲା ଉପନିର୍ବାଚନ । ଶାନ୍ତି ଶୃଙ୍ଖଳାରେ ସହ ଶେଷ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ସୂଚନା ଦେଇଛନ୍ତି । ସେପଟେ ଭୋଟ ଗଣତି ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି ହୋଇନାହିଁ । ବିଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଉପନିର୍ବାଚନ ଶେଷ ହୋଇଛି ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସପି ସ୍ମିତ୍‌ ପର୍ମାର ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବଢ଼େଇମୁଣ୍ଡା ସ୍ଥିତ ଇଞ୍ଜିନିୟରିଂ ସ୍କୁଲରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କ ସୂଚନା ଅନୁସାରେ, ଭୋଟ୍‌ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ମୋଟ୍ ୧୪ଟି ଟେବୁଲରେ ୧୯ ରାଉଣ୍ଡରେ ଗଣତି କରାଯାଇଥିଲା । ଭୋଟ୍‌ ଗଣତି ଯେଭଳି ଶାନ୍ତି ଶୃଙ୍ଖଳାର ସହ ଓ ନିର୍ଭୁଲ ଭାବରେ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ଶେଷରେ ବିଜେଡି ପ୍ରାର୍ଥିନୀ ଏହି ଉପନିର୍ବାଚନ ରେ ଲକ୍ଷାଧିକ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି ।

ଏହା ବି ପଢନ୍ତୁ- BJD Wins Bypoll: ଦୀପାଳିଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ନବୀନ

ବିଜୁ ଜନତା ଦଳର ପ୍ରାର୍ଥିନୀ ଦୀପାଳି ଦାସ ୪୮ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିରୋଧୀ ଦଳମାନଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି । ବାପାଙ୍କ ଅଧୁରା ସ୍ବପ୍ନ ଓ ଝାରସୁଗୁଡ଼ାର ବିକାଶ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଉପରେ ନଜର ରହିଛି । ବିକାଶ ହିଁ ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଛନ୍ତି ଦୀପାଳି । ଏହି ବିଜୟ ଝାରସୁଗୁଡ଼ା ଲୋକଙ୍କ ବିଜୟ କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ଦୀପାଳି । ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ସହ ନୂଆ ଝାରସୁଗୁଡ଼ା ଗଢି ତୋଳିବେ ବୋଲି ଦୀପାଳି ପ୍ରତିଶୃତି ଦେଇଛନ୍ତି ।

ଏହା ବି ପଢନ୍ତୁ- Jharsuguda Result: ବିଜେଡିର ବାଜିମାତ, ବିଜୟ ପରେ ଦୀପାଳିଙ୍କ ପ୍ରଥମ ପ୍ରତିକ୍ରିୟା

ଝାରସୁଗୁଡା ଉପନିର୍ବାଚନରେ ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଦାସ ଆଗରେ ରହିଥିଲେ । ପ୍ରତି ରାଉଣ୍ଡରେ ଦୀପାଳି ଦାସ ନିଜ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ଦେଇଥିଲେ । ଭୋଟ ବ୍ୟବଧାନ ସଂଖ୍ୟା ବଢି ଚାଲିଥିଲା । ଆଉ ଶେଷରେ ଦୀପାଳିଙ୍କର ହିଁ ବିଜୟ ହୋଇଛି । ଏହାପରେ ବିଜେଡି କାର୍ଯ୍ୟାଳୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସେପଟେ ଝାରସୁଗୁଡ଼ାରେ ମଧ୍ୟ ବିଜେଡିର ସେଲିବ୍ରେସନ ଆରମ୍ଭ ହୋଇଛି । ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବା ନେଇ କହିଛନ୍ତି ଏସପି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.