ETV Bharat / state

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଦୀପଦାନ

author img

By

Published : Jul 17, 2022, 9:15 PM IST

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଦୀପଦାନ
ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଦୀପଦାନ

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । NDA ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଝାରସୁଗୁଡା ସ୍ଥିତ ଝାଡ଼େଶ୍ବର ମନ୍ଦିରରେ ବିଜୟ ପ୍ରାର୍ଥନା କରି ଦ୍ବୀପ ପ୍ରଜ୍ବଳନ କରିଛନ୍ତି ଜିଲ୍ଲା ବିଜେପିର ନେତା ଓ କର୍ମୀ । ଅଧିକ ପଢନ୍ତୁ

ଝାରସୁଗୁଡା: କିଏ ହେବ ଦେଶରେ ପରବର୍ତ୍ତୀ ରାଷ୍ଟ୍ରପତି ? ଦ୍ରୌପଦୀ ମୁର୍ମୁ ନା ଯଶବନ୍ତ ସିହ୍ନା ? ଏନେଇ କାଲି ହେବ ଭୋଟ । NDA ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଝାରସୁଗୁଡା ସ୍ଥିତ ଝାଡ଼େଶ୍ବର ମନ୍ଦିର ଠାରେ ବିଜୟ ପ୍ରାର୍ଥନା କରି ଦ୍ବୀପ ପ୍ରଜ୍ବଳନ କରିଛି ଜିଲ୍ଲା ବିଜେପି । ଓଡିଶାରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥିନୀ ଅନୁସୂଚିତ ଜନଜାତି ବର୍ଗର ମହିଳା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଦୀପଦାନ ମଧ୍ୟ କରାଯାଇଛି ।

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଦୀପଦାନ

ସୋମବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ, 21 ତାରିଖରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ସେହିପରି 24 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପରଦିନ ଅର୍ଥାତ 25 ତାରିଖରେ ପରବର୍ତ୍ତୀ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଜୁନ 21ରେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲା ।

ପରେ ଏନଡିଏ ମେଣ୍ଟ ବାହାରେ ଥିବା କିଛି ଆଞ୍ଚଳିକ ଦଳମାନେ ମୁର୍ମୁଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ଓ ଆନ୍ଧ୍ରରେ ଶାସନରେ ଥିବା YSR କଂଗ୍ରେସ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଦେଇସାରିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.