ETV Bharat / state

ଆବାସ ଯୋଜନାରେ ଦୁର୍ନୀତି, ଭିିଡିଓ ଭାଇରାଲ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

author img

By

Published : Dec 1, 2019, 12:05 AM IST

Updated : Dec 1, 2019, 1:05 PM IST

jharsuguda abbas yojana  video viral  collector disengange grs and restricted je
ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

ମହଙ୍ଗା ପଡିଲା ଆବାସ ଯୋଜନାରେ ଦୁର୍ନୀତି । ଭିଡ଼ିଓ ଭାଇରାଲ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ଓ ଗ୍ରାମ ରୋଜଗାର ସେବକ ଅସ୍ଥାୟୀ ଭାବେ ଅପସାରଣ କରିଛନ୍ତି ।

ଝାରସୁଗୁଡ଼ା: ଆବାସ ଯୋଜନାରେ ଦୁର୍ନୀତି ସମ୍ପର୍କିତ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆବାସ ଯୋଜନା ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ଓ ଗ୍ରାମ ରୋଜଗାର ସେବକ ଅସ୍ଥାୟୀ ଭାବେ ଅପସାରଣ ହୋଇଛନ୍ତି । ଭିଡିଓ ଭାଇରାଲ ଘଟଣାର ତଦନ୍ତ ପରେ ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଆବାସ ଯୋଜନାରେ ଦୁର୍ନୀତି ଭିଡ଼ିଓ ଭାଇରଲ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ପାଞ୍ଚଗାଁ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ହୋଇଛି । ଭାଇରାଲ ଭିଡ଼ିଓରେ କିଭଳି ସେମାନେ ଦୁର୍ନୀତି କରୁଥିଲେ ତାହା ବିଷୟରେ କହିଛନ୍ତି । ଭିଡ଼ିଓ ଭାଇରଲ ଘଟଣାର ତଦନ୍ତ ପରେ ଜିଲ୍ଲାପାଳ କନିଷ୍ଠଯନ୍ତ୍ରୀ ପ୍ରକାଶ କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ସେହିଭଳି ଜିଆରଏସ ପ୍ରଭାତ ସାଙ୍କୁ ଅସ୍ଥାୟୀ ଭାବେ ଅପସାରଣ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଲଖନପୁର ବ୍ଲକ ପାଞ୍ଚଗାଁ ପଞ୍ଚୟତ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଭିଡ଼ିଓ ଭାଇରଲ ହେବା ଘଟଣାର ତଦନ୍ତ ପରେ କନିଷ୍ଠଯନ୍ତ୍ରୀ ପ୍ରକାଶ କୁମାର ସାହୁ ଙ୍କୁ ନିଲମ୍ବିତ କରିବା ସହ ଜିଆରଏସ ପ୍ରଭାତ ସା ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ସୂଚନା ଦେଲେ ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ।Body:।।।Conclusion:
Last Updated :Dec 1, 2019, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.