ETV Bharat / state

ଅଚେତ୍‌ ଶ୍ରମିକକୁ ମୃତ ଭାବି ଜଙ୍ଗଲରେ ଫୋପାଡି ଦେଲେ ମିଲ୍‌ କର୍ମଚାରୀ

author img

By ETV Bharat Odisha Team

Published : Sep 25, 2023, 7:45 PM IST

ଝାରସୁଗୁଡ଼ା ସୀମାବର୍ତ୍ତି ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶ୍ରମିକଙ୍କୁ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

injured labour rescued
ଅଚେତ ଶ୍ରମିକଙ୍କୁ ଜଙ୍ଗଲରେ ଫିଙ୍ଗି ଦେଲେ ମିଲ୍ କର୍ମଚାରୀ

ଅଚେତ ଶ୍ରମିକଙ୍କୁ ଜଙ୍ଗଲରେ ଫିଙ୍ଗି ଦେଲେ ମିଲ୍ କର୍ମଚାରୀ

ଝାରସୁଗୁଡ଼ା: ଅଚେତ୍‌ ଶ୍ରମିକଙ୍କୁ ମୃତ ମନେ କରି ଜଙ୍ଗଲ ଭିତରେ ଫୋପାଡ଼ି ଦିଆଯାଇଛି। ଝାରସୁଗୁଡ଼ା ସୀମାବର୍ତ୍ତୀ ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ଲଖନପୁର ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଥାନା ବାଦିମାଲ ସ୍ଥିତ ସଂଖୋଲିଆ ରାଇସ ମିଲରେ ଘଟିଥିଲା ବୈଦ୍ୟୁତିକ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ କାରଣରୁ ଜଣେ କାର୍ଯ୍ୟରତ ଶ୍ରମିକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅଚେତ୍‌ ହୋଇ ଯାଇଥିଲେ । ବିଡମ୍ବନାର ବିଷୟ ହେଉଛି, ରାଇସ ମିଲରେ ଅଗ୍ନିକାଣ୍ଡ ପରେ ବାହାର ରାଜ୍ୟର ଶ୍ରମିକକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଫିଙ୍ଗି ଦେଇଛନ୍ତି ମିଲ କର୍ମଚାରୀ । ତେବେ ଆହତ ଶ୍ରମିକ ନତିମ ଅହମ୍ମଦଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

କଥାରେ ଅଛି, "ରଖେ ହରି ତ ମାରେ କିଏ "। ଆଉ ଏହି ଉକ୍ତିଟି ସତ୍ୟ ପ୍ରମାଣିତ ହୋଇଛି । ରେଙ୍ଗାଲି ଥାନା ଅନ୍ତର୍ଗତ ବାଦିମାଲ ସ୍ଥିତ ସଂଖୋଲିଆ ରାଇସ ମିଲରେ ଶ୍ରମିକ କାମ କରୁଥିଲେ । ରବିବାର ଶ୍ରମିକ ଜଣକ ମିଲରେ କାମ କରୁଥିବା ସମୟରେ ହଠାତ୍‌ ନିଆଁ ଲାଗି ଯିବାରୁ ସେ ଜଳି ଯାଇ ବେହୋସ ହୋଇଯାଇଥିଲେ । ଶ୍ରମିକ ଜଣକ ମୃତ ବୋଲି ଭାବି ତାଙ୍କୁ ମିଲ ପାଖରେ ଥିବା ଜଙ୍ଗଲରେ ଫୋପାଡ଼ି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକେ ଶ୍ରମିକକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଶ୍ରମିକଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଥିବାବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କୁ କମ୍ପାନୀ ପକ୍ଷରୁ ଠିକ ଭାବେ ଦରମା ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି ଆହତ ଶ୍ରମିକ ।

ଏହା ବି ପଢନ୍ତୁ...ଦାଦନ ପ୍ରବଣ ଜିଲ୍ଲା ତାଲିକାରେ ନାହିଁ ସମ୍ବଲପୁର, ତଥାପି ଜିଲ୍ଲାରେ ରହିଛି ଦାଦନ ସମସ୍ୟାର କଳା ବାଦଲ

ଏହା ବି ପଢନ୍ତୁ...ବିଡିପିଏଲ ସଂସ୍ଥାରେ ଶ୍ରମିକ ଅଶାନ୍ତି

ତେବେ ଆହତ ଶ୍ରମିକ ନତିମ ଅହମ୍ମଦ କହିଛନ୍ତି, "କମ୍ପାନୀ କର୍ତ୍ତୃପକ୍ଷ ପ୍ରାପ୍ୟ ଦେଉନାହାନ୍ତି । ଏହି ଅଘଟଣ ଘଟିବା ପରେ ତାଙ୍କୁ ଜଙ୍ଗଲ ମଧ୍ୟରେ ଫୋପାଡ଼ି ଦିଆଯାଇଥିଲା । ଏନେଇ ପୋଲିସ ପାଖରେ କୌଣସି ଏଫଆଇଆର ଦାୟର ହୋଇନଥିବାବେଳେ ପୋଲିସ ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଛି । ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏନ ସି ବାରିକ କହିଛନ୍ତି, "ପରବର୍ତ୍ତୀ ସମୟରେ ଏତଲା ଦିଆଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ "। କମ୍ପାନୀ କର୍ତ୍ତୃପକ୍ଷଙ୍କ ଏଭଳି ଅମାନବୀୟ କାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଇଛି।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.