ETV Bharat / state

ଜିଲ୍ଲାପାଳଙ୍କ ଉପରେ ଜନଶୁଣାଣି ଦାୟିତ୍ବ, କାର୍ଯ୍ୟାଳୟରେ ଲୋକଙ୍କ ଭିଡ

author img

By

Published : Oct 12, 2020, 8:53 PM IST

Updated : Oct 19, 2020, 4:07 PM IST

ଜନଶୁଣାଣି ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କଲେ ହାଇକୋର୍ଟ, ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ପାଇଁ ଭିଡ
ଜନଶୁଣାଣି ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କଲେ ହାଇକୋର୍ଟ, ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ପାଇଁ ଭିଡ

ହାଇକୋର୍ଟ ବେଦାନ୍ତର କ୍ଷମତା ବୃଦ୍ଧି ନେଇ ହୋଇଥିବା ଜନ ଶୁଣାଣିର ନିଷ୍ପତି ଝାରସୁଗୁଡା ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ପରେ ଜିଲ୍ଲାପାଳଙ୍କ କାର୍ଯାଳୟରେ ଏବେ ଅଭିଯୋଗ ପାଇଁ ଭିଡ । ଅଧିକ ପଢନ୍ତୁ........

ଝାରସୁଗୁଡା: ହାଇକୋର୍ଟରେ ବେଦାନ୍ତ କମ୍ପାନୀର ସମ୍ପ୍ରସାରଣ ନେଇ ହୋଇଥିବା ମାମଲାର ଜନଶୁଣାଣିର ନିଷ୍ପତ୍ତି ଝାରସୁଗୁଡା ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ପରେ ଜିଲ୍ଲାପାଳଙ୍କ କାର୍ଯାଳୟରେ ଏବେ ଅଭିଯୋଗକାରୀଙ୍କ ଭିଡ । ପିଟିସନକାରୀ ସମେତ ବିଜେପି, କଂଗ୍ରେସ ଓ ବିଭିନ୍ନ ସଂଗଠନ ଦ୍ବାରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଛି ।

ଜିଲ୍ଲାପାଳଙ୍କ ଉପରେ ଜନଶୁଣାଣି ଦାୟିତ୍ବ, କାର୍ଯ୍ୟାଳୟରେ ଲୋକଙ୍କ ଭିଡ

ଝାରସୁଗୁଡ଼ା ସ୍ଥିତ ବେଦାନ୍ତ ଆଲୁମିନିୟମର ସ୍ମେଲଟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଗତ ସେପ୍ଟେମ୍ବର ୩୦ ତାରିଖରେ କୁରେବଗା ଠାରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ପରେ ଏହି ଘଟଣାରେ କିଛି ପକ୍ଷ ଏହା ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଏହାର ଶୁଣାଣି କରି ନିଷ୍ପତ୍ତି ଝାରସୁଗୁଡା ଜିଲ୍ଲାପାଳଙ୍କ ଉପରେ ଛାଡିଥିଲେ। ଏହି ମାମଲାର ନିଷ୍ପତ୍ତି ଝାରସୁଗୁଡା ଜିଲ୍ଲାପାଳଙ୍କ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଆଜି ପିଟିସନକାରୀ ସମେତ ବିଜେପି, କଂଗ୍ରେସ ଏବଂ ବିଭିନ୍ନ ସାମାଜିକ ସଂଗଠନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ବେଦାନ୍ତ କମ୍ପାନୀ ତାର ବାର୍ଷିକ ଉତ୍ପାଦନ ୧୬ ଲକ୍ଷ ମେଟ୍ରିକ୍ ଟନରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଏବଂ କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟର କ୍ଷମତା ୧୨୧୫ ମେଗାୱାଟ୍‌କୁ ବୃଦ୍ଧି କରିବାକୁ ଯାଉଥିବା ବେଳେ କମ୍ପାନୀର ଏଭଳି ପଦକ୍ଷପ ବୃନ୍ଦାମାଳ ଗ୍ରାମ ସହ କାତିକେଲ,ପୂର୍ଣା, କୁରେବଗା ଆଉ କେତୋଟି ଗ୍ରାମକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି ଦର୍ଶାଇ ସୁବ୍ରତ ଭୋଇ ଏବଂ ତେଜରାଜ କୁମୁରା ନାମକ ଦୁଇ ଯୁବକ ସମେତ ଝାରସୁଗୁଡା ସ୍ଥିତ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ

Last Updated :Oct 19, 2020, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.