ETV Bharat / state

ହୋଟେଲ ରୁମରୁ CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jun 14, 2022, 11:04 AM IST

CRPF ଯବାନଙ୍କ ଆତ୍ମହତ୍ୟା
CRPF ଯବାନଙ୍କ ଆତ୍ମହତ୍ୟା

ହୋଟେଲ ରୁମରୁ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଛତିଶଗଡ଼ ଜସପୁରଠାରେ କାର୍ଯ୍ୟରତ ଥିବା ଜଣାପଡିଛି । ଅଧିକ ପଢନ୍ତୁ

ଝାରସୁଗୁଡା: ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ହୋଟେଲ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଝାରସୁଗୁଡା ଜିଲ୍ଲା ଷ୍ଟେସନ ଛକସ୍ଥିତ ଏକ ହୋଟେଲର ରୁମ ନମ୍ବର 211ରୁ ସିଆରପିଏଫ ଯବାନ ଅଜିତ ବାବୁଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଛତିଶଗଡ଼ ଜସପୁରଠାରେ କାର୍ଯ୍ୟରତ ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅଜିତ ବାବୁ ୧୨ ତାରିଖ ଭୋର ସମୟରେ ହୋଟେଲରେ ଚେକିଂ କରିଥିଲେ । ତେବେ ଆଜି ସକାଳୁ ତାଙ୍କୁ ହୋଟେଲ ଷ୍ଟାଫ ଦେଖି ନଥିଲେ ।

CRPF ଯବାନଙ୍କ ଆତ୍ମହତ୍ୟା

ହୋଟେଲ ଷ୍ଟାଫ କବାଟ ବାଡେଇବାରୁ ସେ କବାଟ ଖୋଳିନଥିଲେ । ପରେ ସ୍କାଏଲାଇଟ ଜରିଆରେ ହୋଟେଲ ଷ୍ଟାଫ ଦେଖିବାରୁ ଜଣା ପଡିଥିଲା ଯେ CRPF ଯବାନ ଜଣକ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଝାରସୁଗୁଡ଼ା ଟାଉନ ପୋଲିସକୁ ଖବର ଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.