ETV Bharat / state

ଝାରସୁଗୁଡା ଜିଲ୍ଲାପାଳଙ୍କ ନାଁରେ Fake ID, ସଚେତନ ରହିବାକୁ ଅପିଲ୍‌

author img

By

Published : Jul 28, 2022, 11:32 AM IST

ଝାରସୁଗୁଡା ଜିଲ୍ଲାପାଳଙ୍କ ନାଁରେ Fake ID, ସଚେତନ ରହିବାକୁ ଅପିଲ
ଝାରସୁଗୁଡା ଜିଲ୍ଲାପାଳଙ୍କ ନାଁରେ Fake ID, ସଚେତନ ରହିବାକୁ ଅପିଲ

ସୋସିଆଲ ମିଡିଆରେ ଝାରସୁଗୁଡା ଜିଲ୍ଲାପାଳଙ୍କ ନାଁରେ ନକଲି ହ୍ବାଟ୍ସଆପ । ଏନେଇ ଟ୍ବିଟକରି ସୂଚନା ଦେଲେ ଖୋଦ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଝାରସୁଗୁଡା: ଜିଲ୍ଲାପାଳଙ୍କୁ ବି ଛାଡିଲେନି ଠକ । ଝାରସୁଗୁଡା ଜିଲ୍ଲାପାଳଙ୍କ ନାଁରେ ନକଲି ହ୍ବାଟ୍ସଆପ ଆକାଉଣ୍ଟ ଚଳାଉଛନ୍ତି ସାଇବର ଠକ । ଏନେଇ ଟ୍ବିଟକରି ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ।

  • There is a fake WhatsApp account being operated in the name of the DM, Jharsuguda with my photo. Officers of the district and some other non-governmental quarters are being asked to share Amazon gift card vouchers in a particular link. Beware. We are trying to track.

    — DM_Jharsuguda (@dm_jharsuguda) July 27, 2022 " class="align-text-top noRightClick twitterSection" data=" ">

ଜିଲ୍ଲାପାଳ ଟ୍ବିଟ କରି କହିଛନ୍ତି ଯେ, "ମୋ ନାମ ଏବଂ ଫଟୋକୁ ବ୍ୟବହାର କରି ହ୍ବାଟ୍ସଆପ ଆକାଉଣ୍ଟ ଖୋଲାଯାଇଛି । ତେବେ ଜିଲ୍ଲାର କେତେକ ଅଧିକାରୀ ଏବଂ ଅନ୍ୟ କେତେକ ଅଣ-ସରକାରୀ କ୍ୱାଟର୍ସକୁ ଏକ ନିର୍ଦ୍ଦିଷ୍ଟ ଲିଙ୍କରେ ଆମାଜନ ଉପହାର କାର୍ଡ ଭାଉଚର ବାଣ୍ଟିବାକୁ କୁହାଯାଉଛି ।ଏହାକୁ ନେଇ ଜିଲ୍ଲାବାସୀ ଏବଂ ଜିଲ୍ଲାର ଅଧିକାରୀ ସାବଧାନ ରୁହନ୍ତୁ । କିଏ ଏପରି କରିଛି ତାକୁ ନେଇ ଟ୍ରାକ୍ କରିବାକୁ ଚେଷ୍ଟା କରାଯାଉଛି ।"

ରାଜ୍ୟରେ ଏବେ ମାତିଛନ୍ତି ସାଇବର ଠକ । ଫେକ୍‌ କଲ ହେଉ ଅବା ଜଣାଶୁଣା ବ୍ୟକ୍ତିରେ ନାଁରେ ଲୁଟୁଛନ୍ତି ଟଙ୍କା । ଏଭଳି ଅନେକ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଏନେଇ ନିଜେ ସତର୍କ ରହିବା ଆବଶ୍ୟକ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.