ETV Bharat / state

ଝାରସୁଗୁଡ଼ା ଦର୍ଲ୍ଲିପାଲି ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ, ମିଳିଲାନି ନିଷ୍କର୍ଷ

author img

By

Published : Jun 22, 2022, 9:09 PM IST

ଝାରସୁଗୁଡ଼ା ଦର୍ଲ୍ଲିପାଲି ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ, ମିଳିଲାନି ନିଷ୍କର୍ଷ
ଝାରସୁଗୁଡ଼ା ଦର୍ଲ୍ଲିପାଲି ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ, ମିଳିଲାନି ନିଷ୍କର୍ଷ

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଦର୍ଲ୍ଲିପାଲି ଗ୍ରାମବାସୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ । MCL ଖଣି ଖନନ ଆରମ୍ଭ କରିବା ପରେ ଗ୍ରାମବାସୀଙ୍କ ବିସ୍ଥାପନକୁ ନେଇ ବିବାଦ । ଅନୁଷ୍ଠିତ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନଥିବା ସୂଚନା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ଦର୍ଲିପାଲି ଗ୍ରାମବାସୀଙ୍କୁ ବିସ୍ଥାପନ ବିବାଦକୁ ନେଇ ବୈଠକ ଅନୁଷ୍ଠିତ । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଡିଏମଏଫ ହଲରେ ଜିଲ୍ଲା ପ୍ରଶାସନ ଓ ଦର୍ଲ୍ଲିପାଲି ଗ୍ରାମବାସୀଙ୍କ ମଧ୍ୟରେ ବସିଲା ବୈଠକ । ତେବେ ଏଥିରେ କୌଣସି ନିଷ୍କର୍ଷ ବାହାରି ପାରିନଥିବା ଜଣାପଡ଼ିଛି ।

ଝାରସୁଗୁଡ଼ା ଦର୍ଲ୍ଲିପାଲି ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ, ମିଳିଲାନି ନିଷ୍କର୍ଷ

ସୂଚନା ଅନୁସାରେ କୋଇଲା ଖଣିର ଅତି ନିକଟରେ ଦର୍ଲିପାଲି ଗ୍ରାମ ଅବସ୍ଥିତ । ସେଠାରେ MCL ଖନନ ଆରମ୍ଭ କରିଥିବା ପରେ ମଧ୍ୟ ଲୋକମାନେ ଗ୍ରାମ ଛାଡ଼ି ନାହାନ୍ତି । ଉଚିତ୍ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା କରାଯାଇ ସେମାନଙ୍କୁ ବିସ୍ଥାପିତ କରାଯାଉ ବୋଲି ଦର୍ଲ୍ଲିପାଲି ଗ୍ରାମବାସୀ ବୈଠକରେ ଦାବି କରିଛନ୍ତି l ତେବେ ଏଥିରେ କୌଣସି ନିଷ୍କର୍ଷ ବାହାରି ପାରିନଥିବା ଜଣାପଡ଼ିଛି । ସେପଟେ ସ୍ଥାନୀୟ ଏମଏଲଏ ଓ ଏମପିଙ୍କ ଉପସ୍ଥିତିରେ ଆଉ ଏକ ବୈଠକ କରାଯାଉ ବୋଲି ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ କରିଥିବା ସୂଚନା ମିଳିଛି l

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.